୩ ଦିନ ମଧ୍ୟରେ ଶହେ କୋଟି ପାର କରିଛି ଗଦର-୨
ନୂଆଦିଲ୍ଲୀ: ବକ୍ସ ଅଫିସରେ ବୋବାଲ କରୁଛି ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ’ଗଦର-୨’ । ୮୦ କୋଟି ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ୩ ଦିନ ମଧ୍ୟରେ ଶହେ କୋଟି ପାର କରିଛି । ଚଳିତବର୍ଷ ରିଲିଜ ହୋଇଥିବା ଦ୍ବିତୀୟ ବୃହତମ ରୋଜଗାର ଫିଲ୍ମ ହୋଇ ପାରିଛି ।ଶାହାରୁଖ ଖାନଙ୍କ ’ପଠାନ’ ପରେ ଗଦର-୨ ରେକର୍ଡ କରିବାକୁ ଯାଉଛି । ଶହାରୁଖଙ୍କ ଫିଲ୍ମ ୫ଶହ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିବାବେଳେ ସନ୍ନି ଦେଓଲଙ୍କ ଫିଲ୍ମ ମଧ୍ୟ ୫ଶହ କୋଟି କ୍ଲବରେ ସାମିଲ ହେବ ବୋଲି ପ୍ରେଯାଜନା ସଂସ୍ଥା ପକ୍ଷରୁ ଆଶା ପ୍ରକାଶ କରାଯାଇଛି ।