ବାପା ହେବେ କେଏଲ ରାହୁଲ
ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଏବଂ କ୍ରିକେଟର କେଏଲ ରାହୁଲଙ୍କ ଘରକୁ ଆସିବାକୁ ଯାଉଛି ବଡ ଖୁସି ଖବର। ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଅଭିନେତ୍ରୀ ତାଙ୍କର ପ୍ରେଗ୍ନେନ୍ସି ଘୋଷଣା କରିଛନ୍ତି। ଦୁହେଁ ଏକ ଫଟୋ ଶେୟାର କରି ଲେଖିଛନ୍ତି, ”ଆମର ଅତିସୁନ୍ଦର ଆଶୀର୍ବାଦ ଖୁବଶୀଘ୍ର ଆସୁଛି, ୨୦୨୫।” ଏଥିସହିତ ଏକ କୁନି ପିଲାର ପାଦ ଫଟୋ ମଧ୍ୟ ସେଠାରେ ଦେଖିବାକୁ ମିଳୁଛି। ରାହୁଲ ଏବଂ ଆଥିୟାଙ୍କ ଖୁସି ଖବର ଶୁଣି ତାଙ୍କର ପରିବାର ଓ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।