ତମନ୍ନା ଭାଟିଆଙ୍କୁ ଇିଡି ଜେରା କାହିଁକି କଲା ?

ମହାଦେବ ବେଟିଂ ଆପ୍‌ ଓ ଫେୟାର୍‌ ପ୍ଲେ ଆପ୍‌ରେ ବେଆଇନ ବିଜ୍ଞାପନରେ ଅଭିନୟ କରିବା ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିନେତ୍ରୀ ତମ୍ମନା ଭାଟିଆଙ୍କୁ ଦୀର୍ଘ ୫ ଘଣ୍ଟା ଜେରା କରିଛି। ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇ ଆଜି ଗୌହାଟୀ କାର୍ଯ୍ୟାଳୟରେ ହାଜର ହେବାକୁ ତମନ୍ନାଙ୍କୁ ସମନ କରାଯାଇଥିଲା। କାର୍ଯ୍ୟାଳୟ ଭିତରକୁ ତମ୍ମନା ଓ ତାଙ୍କ ପିତା ଯାଇଥିବା ବେଳେ ମା’ ବାହାରେ ଗାଡ଼ିରେ ଅପେକ୍ଷା କରିଥିଲେ। ତେବେ ପଚରାଉଚରା ସମ୍ପର୍କରେ ତମ୍ମନା କିମ୍ବା ତାଙ୍କ ପିତାମାତା, ଏପରିକି ଇଡି ପକ୍ଷରୁ ମଧ୍ୟ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

 ଏହି ମାମଲାରେ ରଣବୀର କପୁର, ଶ୍ରଦ୍ଧା କପୁର, କପିଲ ଶର୍ମା, ହୁମା କୁରେସି, ହିନା ଖାନ୍‌, ତମ୍ମନାଙ୍କ ସମେତ ୧୭ଜଣ ବଲିଉଡ୍‌ ତାରକାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଛି। ବେଆଇନ ଆଇପିଏଲ୍‌ ବିଜ୍ଞାପନରେ ଅଭିନୟ ମାମଲାରେ ତମନ୍ନାଙ୍କୁ ଜେରା ହୋଇଥିଲା। ଏହି ମାମଲାରେ ଅଭିନେତା ସାହିଲ ଖାନ୍‌ଙ୍କୁ ଚଳିତ ବର୍ଷ ଏପ୍ରିଲ୍‌ ମାସରେ ଗିରଫ କରାଯାଇଥିଲା। ତମ୍ମନାଙ୍କୁ ଏହି ମାମଲାରେ ଇଡି ଦୁଇ ଥର ସମନ ଜାରି କରିଛି।