ଝିଅ ମୃତ୍ୟୁର ୬ଦିନ ପରେ ଦିବ୍ୟା ସେଠ ଏକ ଭାବବିହ୍ବୋଳ ପୋଷ୍ଟ ସେୟାର କରିଛନ୍ତି
ବଲିଉଡ ଅଭିନେତ୍ରୀ ଦିବ୍ୟା ସେଠ ଶାହ ତାଙ୍କର ଝିଅ ମିହିକା ଶାହଙ୍କୁ ଗତ ସପ୍ତାହରେ ହରାଇ ଦେଇଛନ୍ତି। ଏହି ଦୁଃଖଦ ଖବରର ସୂଚନା ନିଜେ ଦିବ୍ୟା ସେଠ ସମସ୍ତଙ୍କୁ ଦେଇଥିଲେ। ଯାହାକୁ ଶୁଣିବା ପରେ ଦିବ୍ୟାଙ୍କ ପ୍ରଶଂସକ ଓ ସମ୍ପର୍କୀୟମାନେ ଚିକିତ ହେବା ସହିତ ସ୍ତବ୍ଧ ହୋଇଯାଇଛନ୍ତି।ଝିଅ ମୃତ୍ୟୁର ୬ଦିନ ପରେ ଦିବ୍ୟା ସେଠ ରବିବାର ଏକ ଭାବବିହ୍ବୋଳ ପୋଷ୍ଟ ସେୟାର କରିଛନ୍ତି।ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଫଟୋରେ ଦିବ୍ୟା ଓ ମିହିକା ଖୁବ ଖୁସିଥିବା ଦେଖିବାକୁ ମିଳୁଛି। ଫଟୋ କ୍ୟାପସନରେ ଦିବ୍ୟା ଲେଖିଛନ୍ତି, ‘ମୋର ହୋଇଥିବାରୁ ଧନ୍ୟବାଦ।’ମିହିକାଙ୍କ ମୃତ୍ୟୁ ଖବର ପାଇବା ପରେ ଅଭିନେତା ରୋହିତ ରାଏ କହିଛନ୍ତି, ‘ତୁମକୁ ସବୁବେଳେ ମୋ ଝିଅ ଭଳି ଦେଖି ଆସିଛି। ଭଗବାନଙ୍କୁ ଏତିକି ପ୍ରାର୍ଥନା ତୁମେ ଯେଉଁଠିକୁ ଯାଇଥାଏ ସେଠାରେ ଆରମ ଓ ଖୁସିରେ ରୁହ। ବାସ କୌଣସି ନା କୌଣସି ରୁପରେ ତୁମେ ତୁମ ବାପା ଓ ମା’ଙ୍କ ପାଖକୁ ଫେରିଆସ। ଶୀଘ୍ର ଆମେ ଭେଟାଭେଟି ହେବା।’ଦିବ୍ୟାଙ୍କ ପାଖଲୋକଙ୍କ କହିବାନୁସାରେ, ମିହିକାଙ୍କୁ ଜ୍ବର ହୋଇଥିଲା। ସେ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ବି ଯାଇଥିଲେ। କିନ୍ତୁ ତାଙ୍କ ଜ୍ବର କମି ନଥିଲା । ଡାକ୍ତର କହିଥିଲେ ଔଷଧ ଇନଜେକସନ ଦେଲେ ସେ ଭଲ ହୋଇଯିବେ । କିନ୍ତୁ ଶେଷରେ ଆମ ସମସ୍ତଙ୍କୁ ପରକରି ଆରପାରିକୁ ଚାଲିଗଲେ।’