ଏପଟେ ହକି ସେପଟେ ଡଟ୍ ଫେଷ୍ଟରେ ଝୁମୁଛି ରାଜଧାନୀ

ଭୁବନେଶ୍ୱର: ଏପଟେ ହକି ସେପଟେ ଡଟ୍ ଫେଷ୍ଟରେ ଝୁମୁଛି ରାଜଧାନୀ । ରାଜଧାନୀରେ ଝଲସୁଚି ଲାଇଟ । ନୂଆ ବୋହୁ ପରି ସଜାଇ ହୋଇଛି ରାଜଧାନୀର ରାସ୍ତା । ଗୋଟିଏ ପଟେ ଷ୍ଟାଡିୟମରେ ହକି ଖେଳ ହେଉଥିବା ବେଳେ ସେପଟେ  ଡଟ୍ ଫେଷ୍ଟରେ ଝୁମୁଛି ରାଜଧାନୀ । ଏଭଳି ମେଗା ଇଭେଣ୍ଟର ସପ୍ତମ ଦିନରେ ହଜାର ହଜାର ଲୋକ ସଂଗୀତ ସଂଧ୍ୟାର ମଜା ନେଉଛନ୍ତି । ସନ୍ଧ୍ୟା ନଇଁଲେ  ଜମୁଛି  ମନୋରଞ୍ଜନ କାର୍ଯ୍ୟକ୍ରମ । ଲୋକଙ୍କୁ ଝୁମାଉଛନ୍ତି ବଲିଉଡ ସିଙ୍ଗର ।  ସୁନୀଲ ଗ୍ରୋଭରଙ୍କ କମେଡି ଶୋ’ରେ ହସି ହସି ବେଦମ ହୋଇଥିଲେ  ଦର୍ଶକ ।  ବଲିଉଡର ପ୍ରତିଷ୍ଠିତ କମେଡିଆନ୍ ସୁନୀଲ ଗ୍ରୋଭର । ଡାକ୍ତର ମସୁର ଗୁଲାଠୀ ଚରିତ୍ରରେ ଧମାକାଦାର ଏଣ୍ଟ୍ରି କରି ଡାକ୍ତର ଓ ନର୍ସଙ୍କର କେମେଷ୍ଟ୍ରିରେ ଦର୍ଶକଙ୍କୁ ହସାଇଥିଲେ । ପରେ ଦର୍ଶକଙ୍କ ମଧ୍ୟରୁ ୧୦ ଅଧିକ ମହିଳାଙ୍କୁ ମଞ୍ଚ ଉପରକୁ ଡାକିନେଇ ଖୁବ ନଚାଇଥିଲେ ସୁନୀଲ । ପରେ ପରେ ହଠାତ୍ ନକଲି ଅମିତାଭ ବଚ୍ଚନଙ୍କ ଚରିତ୍ରରେ ମଞ୍ଚ ଉପରକୁ ଆସି କୌନ ବନେଗା କରୋଡପତିର ମିମିକ୍ରି କରିଥିଲେ ସୁନୀଲ । ଯାହାର ନାଁ ଥିଲା କୌନ ଲାୟେଗା ଚା ପତି । ଦର୍ଶକଙ୍କ ମଧ୍ୟରୁ ନବବିବାହିତ କପୁଲଙ୍କୁ ନେଇ ଆରମ୍ଭ ହୋଇଥିଲା ଗେମ୍ ।