ଆସନ୍ତାକାଲି ରିଲିଜ ହେବ ଓଡ଼ିଆ ଫିଲ୍ମ ଟିକେ ଟିକେ ଅଚିହ୍ନା ତୁ
ରଜ ଉପଲକ୍ଷେ ଆସନ୍ତାକାଲି ରିଲିଜ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ ଟିକେ ଟିକେ ଅଚିହ୍ନା ତୁ । ଏଥିରେ ଲୋକପ୍ରିୟ ତାରକା ସ୍ବରାଜ ବାରିକ ଏବଂ ଭୂମିକା ଦାଶଙ୍କୁ ଏକାଠି ଦେଖିବାକୁ ମିଳିବ ।ଯାହାକୁ ନେଇ ବେଶ ଖୁସି ଅଛନ୍ତି । ଏଥିସହ ଫିଲ୍ମଟି ରଜରେ ରିଲିଜ ହେବାକୁ ଥିବା ବେଳେ ଦର୍ଶକଙ୍କୁ ନିଶ୍ଚୟ ମନକୁ ଛୁଇଁବ ବୋଲି ଫିଲ୍ମର ପୁରା ଟିମ ଆଶାବାଦୀ ଅଛନ୍ତି । ଆମର ଷ୍ଟୁଡ଼ିଓ ଓ ଡ଼ିକେ ମୁଭି ବ୍ୟାନରରେ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଥିବା ବେଳେ ଫାମିଲି ଡ଼୍ରମା , ଲଭ ରୋମନ୍ସ ସହ ଭରପୁର ମନୋରଞ୍ଜନ ଦେଖିବାକୁ ମିଳିବ । ଏଥିରେ ତ୍ରିକୋଣୀୟ ଲଭଷ୍ଟାରୀ ମଧ୍ୟ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମଟି ଯୁବ ପିଢିଙ୍କ ଜୀବନଚର୍ଯ୍ୟା ଓ ପରିବାରର ମୂଲ୍ୟକୁ ନେଇ ଗତିଶୀଳ ହୋଇଛି ।ତେବେ ଏହି ଫିଲ୍ମଟି କେବଳ ଯେ ଭୁମିକା ଏବଂ ସ୍ବରାଜ ନୁହଁ ବରଂ ଅନ୍ୟତମ ନାୟକ ଶୁଭମଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଫିଲ୍ମଟି ନିର୍ମିତ ହୋଇଥିବା ବେଳେ ଗୀତ ମଧ୍ୟ ସାନଦାର ରହିଛି । ତେବେ ଲୋକପ୍ରିୟ ଗୀତିକାର ପ୍ରେମ ଆନନ୍ଦ ଗୀତ ଗୁଡ଼ିକୁ ଲେଖିଛନ୍ତି । ଗୀତ ସହ ଦମଦାର କାହାଣୀକୁ ନେଇ ରଜରେ ଫିଲ୍ମଟି ରାଜ କରିବା ବୋଲି କହିଛି ପ୍ରଯୋଜନା ସଂସ୍ଥା ।