ବକ୍ସ ଅଫିସରେ ହିଟ୍ ପରେ ହିଟ୍ ଦେଉଛି ବଚ୍ଚନ ପାଣ୍ଡେ
ମେଟ୍ରୋ ଟିଭି ଓଡିଶା (୧୫ .୩ . ୨୦୨୨) :
ଆଜିକାଲି ସାଉଥ୍ ଫିଲ୍ମ ବକ୍ସ ଅଫିସରେ ହିଟ୍ ପରେ ହିଟ୍ ହେଉଛି। ଗତ ସପ୍ତାହରେ ପ୍ରଭାସଙ୍କ ‘ରାଧେ ଶ୍ୟାମ’ ବକ୍ସ ଅଫିସ୍ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମକୁ ନେଇ ଜବରଦସ୍ତ ଉତ୍ସାହ ମଧ୍ୟ ଥିଲା। ଏହି ଫିଲ୍ମରେ ପୂଜା ହେଗ୍ଡେ ଓ ପ୍ରଭାସ ଅଭିନୟ କରିଛନ୍ତି। କିନ୍ତୁ ଯଦି ଆପଣ ଆଗାମୀ ବଡ ବଜେଟ୍ର ଫିଲ୍ମ ଉପରେ ନଜର ପକେଇବେ, ତେବେ ଅନେକ ଫିଲ୍ମ ଲାଇନ୍ରେ ରହିଛି। ଏଥିରେ ରାମ ଚରଣ, ଜୁନିୟର୍ ଏନ୍ଟିଆର୍ଙ୍କ ଠାରୁ ନେଇ ୟଶ୍ ଓ ଦୁଲକର ସଲମାନଙ୍କ ପରି ତାରକାମାନେ ଚମକିବାକୁ ଯାଉଛନ୍ତି ।

୨୦୨୨ ମାର୍ଚ୍ଚ ର IMDb ର ବହୁ ପ୍ରତୀକ୍ଷିତ ଟପ୍ ୫ ଫିଲ୍ମ ମଧ୍ୟରେ ସାଉଥ୍ ଇଣ୍ଡଷ୍ଟ୍ରୀର ଅଭିନେତା ଏବଂ ନିର୍ଦ୍ଦେଶକଙ୍କ ୪ଟି ଫିଲ୍ମ ଥିବା ବେଳେ ଗୋଟିଏ ଫିଲ୍ମ ହେଉଛି ଅକ୍ଷୟ କୁମାରଙ୍କ ବଚ୍ଚନ ପାଣ୍ଡେ। ସାଉଥ୍ ଫିଲ୍ମର ଦବଦବା ବଢି ବଢି ଚାଲିଥିବା ବେଳେ ଦର୍ଶକେ ମଧ୍ୟ ଏହି ସବୁ ଫିଲ୍ମକୁ ଖୁବ୍ ପସନ୍ଦ କରୁଛନ୍ତି। ସାଉଥ ସିନେମା ଆଗରେ ବଲିଉଡ୍ ଫିକା ପଡି ପଡି ଯାଉଛି। ତେବେ ଆସନ୍ତୁ ନଜର ପକେଇ ନେବା IMDb ର ବହୁ ପ୍ରତୀକ୍ଷିତ ଟପ୍ ୫ ଫିଲ୍ମ ଉପରେ।