ବିବାହ ବନ୍ଧନରେ ଆୟେଶା କପୁର ଓ ଆଡାମ ଓବରୟ
ବଲିଉଡର ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନଙ୍କ ବ୍ଲାକ ମୁଭିରେ ଜଣେ ଛୋଟ ଝିଅ ରାଣୀ ମୁଖାର୍ଜୀଙ୍କ ଛୋଟବେଳର ରୋଲ ପ୍ଲେ କରିଥିଲେ। ତାଙ୍କ ନାଁ ହେଲା ଆୟେଶା କପୁର। କୁନି ଝିଅଟି ଦେଖିପାରୁ ନ ଥିଲେ। ତାଙ୍କର ଜବରଦସ୍ତ ଅଭିନୟ ଏବେବି ଲୋକଙ୍କୁ ମନେପଡ଼ିଯାଉଛି ଯେ, ଅଭିନୟ ସେତିକି ହୃଦୟସ୍ପର୍ଶୀ ଥିଲା। ୨୦୦୫ ମସିହାରେ ସଞ୍ଜୟଲୀଲା ଭନସାଲୀଙ୍କ Black ମୁଭି ସୁପରଡୁପର ହିଟ ହୋଇଥିଲା। ଆୟେଶା ଏହି ମୁଭିରୁ ବେଶ ପରିଚିତ ଥିଲେ। ଏହାପରେ ତାଙ୍କୁ ଆଉ କୌଣସି ମୁଭିରେ ଦେଖିବାକୁ ମିଳି ନ ଥିଲା। ଆୟେଶା ତାଙ୍କ ପୁରୁଷବନ୍ଧୁ ଆଡାମ ଓବରୟଙ୍କୁ ବିବାହ କରିଛନ୍ତି। ଏହି କପଲ ନିଜ ପରିବାର ଏବଂ କ୍ଲୋଜ ଫ୍ରେଣ୍ଡସଙ୍କ ଉପସ୍ଥିତିରେ ଦିଲ୍ଲୀରେ ବିବାହ କରିଛନ୍ତି।