ଏବେ ସୋସିଆଲ ମିଡିଆରେ ଜୋର ଧରିଛି ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ବିବାହ ଖବର

ଏବେ ସୋସିଆଲ ମିଡିଆରେ ଜୋର ଧରିଛି ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ବିବାହ ଖବର । କୀର୍ତ୍ତି ସେନନଙ୍କ ସହ ତାଙ୍କର ବିବାହକୁ ନେଇ ଚର୍ଚ୍ଚା ହେବା ପରେ ଏହାର ଜବାବ ରଖିଛନ୍ତି ପ୍ରଭାସଙ୍କ ଟିମ୍ ।ପ୍ରକୃତ କଥା ହେଉଛି ସାଉଥ୍ ସୁପରଷ୍ଟାର ଓ ବଲିଉଡ ଅଭିନେତ୍ରୀ କୀର୍ତ୍ତି ସେନନ୍ ଖୁବ ଶୀଘ୍ର ନିଜର ଆଗାୀ ଫିଲ୍ମ ‘ଆଦିପୁରୁଷ’ରେ ଏକାଠି ଦେଖିବାକୁ ମିଳିବେ । ଏହା ବ୍ୟତୀତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଦୁହେଁ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଅନେକ ସ୍ଥାନରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବା ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ହେଲେ ଦୁହେଁ ଏହି ଖବର ଖଣ୍ଡନ କରିଥିଲେ । ସେମାନଙ୍କ ମଧ୍ୟରେ ସେପରି କିଛି ସମ୍ପର୍କ ନାହିଁ ବରଂ ଦୁହେଁ ଭଲ ସାଙ୍ଗ ବୋଲି କହିଥିଲେ ପ୍ରଭାସ । ହେଲେ ଏବେ ପୁଣିଥରେ ଦୁହିଁଙ୍କର ସମ୍ପର୍କ ଓ ନିର୍ବନ୍ଧକୁ ଚର୍ଚ୍ଚାର ଜୋର ଧରିଲାଣି ।