ମୁମ୍ବାଇ ଛାଡିଲେ ଅନୁରାଗ କଶ୍ୟପ

ଅନୁରାଗ କଶ୍ୟପଙ୍କୁ ନେଇ ଏବେ ବଲିଉଡରେ ଖୁବ୍ ଚର୍ଟ୍ଟା । ତେବେ ଅନୁରାଗ ବଲିଉଡ୍କୁ କହିଛନ୍ତି ବାଏ ବାଏ ।  ସେ ବଲିଉଡ୍ ଛାଡିଦେଇଛନ୍ତି  ।  ଯାହାକୁ ନେଇ ସବୁଠି ଚର୍ଚ୍ଚା ହେବା ସହ ଏହି ଖବର ଶୁଣି କିଛି  ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି ।  ସେ ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର, ଚଳଚ୍ଚିତ୍ର ପ୍ରଯୋଜକ ଏବଂ ଅଭିନେତା  ।  ତେବେ ଅନୁରାଗ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ କାମ କରନ୍ତି  । ଚଳଚ୍ଚିତ୍ର ଜଗତରେ ଅନୁରାଗଙ୍କର ଅବଦାନ ପାଇଁ ଫ୍ରାନ୍ସ ସରକାର ତାଙ୍କୁ ୨୦୧୩ ମସିହାରେ ସମ୍ମାନିତ କରିଥିଲେ  ।

ସେ ଫିଲ୍ମ ଲୋକଙ୍କଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।  ଏହି  ସିନେମା ଶିଳ୍ପ ଅତ୍ୟଧିକ ବିଷାକ୍ତ ହୋଇଗଲାଣି ।  ସମସ୍ତେ ଟଙ୍କା ପଛରେ ଗୋଡ଼ାଉଛନ୍ତି ବୋଲି କହିଛନ୍ତି ।  ପରବର୍ତ୍ତୀ ୫୦୦ କିମ୍ବା ୮୦୦ କୋଟି ଟଙ୍କାର ଫିଲ୍ମ ତିଆରି କରିବାକୁ ଚେଷ୍ଟା କରୁଛନ୍ତି । ବର୍ତମାନ କିଏ ମଧ୍ୟ କ୍ରିଏଟିଭ କୁ ଗୁରିତ୍ବ ଦେଉନାହାନ୍ତି ବୋଲି ଅନୁରାଗ କହିଛନ୍ତି ।