‘ଆନିମଲ’ ସାଜିଲେ ରଣବୀର କପୁର

ରଣବୀର କପୁର ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ଆନିମଲ୍’କୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏବେ ଚଳଚ୍ଚିତ୍ର ‘ଆନିମଲ୍’ର ଦମ୍‌ଦାର ଟ୍ରେଲର ରିଲିଜ୍‌ କରାଯାଇଛି। ଟ୍ରେଲରରେ ଜବରଦସ୍ତ ଆକ୍ସନ ଦୃଶ୍ୟର ଝଲକ୍‌ ଦେଖିବାକୁ ମିଳିଛି। ‘ଆନିମଲ୍’ ଟ୍ରେଲରରେ ରଣବୀର କପୁର ଏବଂ ବବି ଦେଓଲଙ୍କ ଭୟଙ୍କର ଅବତାର ଦେଖିବାକୁ ମିଳିଛି। ଟ୍ରେଲର ଆରମ୍ଭ ହେଉଛି ରଣବୀର ଓ ଅନୀଲ କପୁରଙ୍କଠାରୁ। ଏଥିରେ ଦର୍ଶାଯାଇଛି ଯେ, ରଣବୀର ଏଭଳି ଏକ ପରିବେଶରେ ବଢିଛନ୍ତି, ଯେଉଁଠି ସେ ପିଲାଦିନରୁ ହିଁ ହିଂସ୍ର ହୋଇଯାଇଛନ୍ତି।

ଅନୀଲ କପୁରଙ୍କୁ ଗୁଳି ବାଜୁଛି, ଏହାପରେ ପିତା ଏବଂ ପୁଅଙ୍କ ମଧ୍ୟରେ ସମ୍ପର୍କ ବଦଳିଯାଉଛି। ପିତାଙ୍କ ପ୍ରତି ତାଙ୍କ ଭଲପାଇବା ରଣବୀରଙ୍କୁ ଆହୁରି ହିଂସ୍ର କରିଦେଉଛି ଏବଂ ଶତ୍ରୁମାନଙ୍କୁ ଖୋଜି ଖୋଜି ମାରିବାକୁ ଯୋଜନା କରୁଛନ୍ତି। ରଣବୀର କହୁଛନ୍ତି, ‘ଯିଏ ମୋ ବାପାଙ୍କ ଉପରକୁ ଗୁଳି ଚଳାଇଛି, ମୁଁ ପ୍ରତିଜ୍ଞା କରୁଛି, ମୁଁ ନିଜ ହାତରେ ତା’ର ଗଳା କାଟିବି’,