ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ୍ର ୪ଘଣ୍ଟା ଜେରା
ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଗତ ୪ ତାରିଖରେ ‘ପୁଷ୍ପା-୨’ ସିନେମାର ପ୍ରିମିୟର ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କର ୮ ବର୍ଷର ପୁଅ ଗୁରୁତର ହୋଇଥିଲେ। ଏହି ମାମଲାରେ ହାଇଦ୍ରାବାଦ ପୋଲିସ ମଙ୍ଗଳବାର ଅଲ୍ଲୁଙ୍କୁ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଜେରା କରିଛି। ତେଲୁଗୁ ଅଭିନେତା ଅଲ୍ଲୁ ତାଙ୍କ ବାପା ଅଲ୍ଲୁ ଅରବିନ୍ଦ ଏବଂ ଓକିଲମାନଙ୍କ ସହ ପୂର୍ବାହ୍ନ ୧୧ଟା ପରେ ଚିକ୍କାଡପାଲ୍ଲୀ ଥାନାରେ ପହଞ୍ଚତ୍ବା ପରେ ଅପରାହ୍ନ ୨ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଜେରାର ସମ୍ମୁଖୀନ ହୋଇଥିଲେ।