2ୟ ଥର ଡ଼ିପଫେକର ଶିକାର ହୋଇଛନ୍ତି ଆଲିୟା ଭଟ୍ଟ
2ୟ ଥର ଡ଼ିପଫେକର ଶିକାର ହୋଇଛନ୍ତି ଆଲିୟା ଭଟ୍ଟ । ତାଙ୍କ ଡ଼ିପଫେକ ଭିଡ଼ିଓ ଏବେ ସାସିଆଲ ମିଡ଼ିଆରେ ଭାଇରାଲ ହେଉଛି । ସମୀକ୍ଷା ଅବତାର ନାମ୍ନୀ ୟୁଜର ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ଅପଲୋଡ଼ କରିଛନ୍ତି । ଏହାକୁ ଅଦ୍ୟାବଧି 1.7 କୋଟିରୁ ଅଧିକ ଥର ଦେଖାଗଲାଣି । ସମୀକ୍ଷା ନିଜ ଇନଷ୍ଟା ବାୟୋରେ ଲେଖିଛନ୍ତି ଏଆଇ ପ୍ରୟୋଗରେ ପ୍ରସ୍ତୁତି ସମସ୍ତ ଭିଡ଼ିଓ କେବଳ ମନୋରଞ୍ଜନ ପାଇଁ ଅଟେ ।
ଭିଡ଼ିଓରେ ଆଲିୟାଙ୍କୁ କଳା ରଙ୍ଗର କୁର୍ତା ପିନ୍ଧିଥିବା ଦେଖିବାକୁ ମିଳିଛି । କ୍ୟାମେରା ସାମ୍ନାରେ ମେକଅପ କରୁଥିବା ସେ ନଜର ଆସିଛନ୍ତି । ଡ଼ିପେଫକ ଭିଡ଼ିଓକୁ ନେଇ ସୋସିଆଲ ମିଡ଼ିଆ ୟୁଜର ପ୍ରତିକ୍ରିୟା ଦେଉଛନ୍ତି । ଏଆଇ ଅତ୍ୟନ୍ତ ବିପଦପୂର୍ଣ ହେବାରେ ଲାଗିଛି ବୋଲି ଅନେକ କହିଛନ୍ତି । ଆଲିୟାଙ୍କର ପ୍ରଥମ ଡ଼ିପଫେକ ଭିଡ଼ିଓରେ ଜଣେ ଝିଅ ଧଳା ନୀଳ ଫ୍ଲେରାଲ ଡ଼୍ରେସ ପିନ୍ଧି ବୋଲ୍ଡ଼ ପୋଜ ଦେଉଥିବା ନଜର ଆସିଥିଲା । ଏଆଇ ଯୋଗୁ ସେ ପୂରାପୂରି ଆଲିୟାଙ୍କ ଭଳି ଦିଶୁଥିଲା । କିନ୍ତୁ ତାଙ୍କ କାର୍ଯ୍ୟକଳାପ ଓ ଭାବଭଙ୍ଗୀରୁ ୟୁଜର ଜାଣିପାରିଥିଲେ ତାହା ଡ଼ିପେଫକ ବୋଲି ।
ତେବେ ଆଲିୟାଙ୍କ ପୂର୍ବରୁ ଅନେକ ଅଭିନେତ୍ରୀଙ୍କର ଡ଼ିପଫେକ ଭିଡ଼ିଓ ପ୍ରସ୍ତୁତ ହୋଇଛି । ରଶ୍କିକାଙ୍କଠାରୁ ଏହା ଆରମ୍ଭ ହୋଇଥିଲା । ଏହାର ପ୍ରତିକ୍ରିୟାରେ ବଲିଉଡ଼ର ତମାମ ଷ୍ଟାର ତାଙ୍କ ସମର୍ଥନରେ ଆଗକୁ ଆସିଥିଲେ । କାଜୋଲଙ୍କର ପୋଷାକ ବଦଳାଇବା ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା । ଡ଼ିପଫେକ ଏକ ପ୍ରକାର ନକଲି ଭିଡ଼ିଓ । ଏଥିରେ ଅତ୍ୟନ୍ତ ଧ୍ୟାନର ସହ ଏଆଇ ଟୁଲ ବ୍ୟବହାର କରି ଚେହେରା ସ୍ବର ବା ଭାବଭଙ୍ଗୀକୁ ବଦଳାଇ ଦିଆଯାଏ । ଏହା ପରେ ଅସଲି ଓ ନକଲି ଫରକ ଜାଣିବା ମୁସ୍କିଲ ହୋଇପଡ଼େ । ଏଆଇ ଟୁଲ ଆସିବା ପରଠୁ ଏହି ମାମଲା ଅଧିକ ବଢୁଛି ।