କେଶରୀ ୨ରେ ନଜର ଆସିବେ ଅକ୍ଷୟ କୁମାର

ବଲିଉଡ୍ ରେ ନିଜର ଦମଦାର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିଛନ୍ତି ଅକ୍ଷୟ କୁମାର । ସେ ଦର୍ଶକମାନଙ୍କୁ ବହୁତ ହିଟ ଫିଲ୍ମ ଭେଟି ହେଇଛନ୍ତି । ନିକଟରେ ଅକ୍ଷୟ କୁମାରଙ୍କ ଆଉ ଏକ ଫିଲ୍ମ ଆସୁଛି । ତାହା ହେଲା ‘କେଶରୀ ଚାପ୍ଟର ୨ ଯାହାକୁ ନେଇ ଫ୍ୟାନ୍ସ ଙ୍କ ମନରେ ନାହିଁ ନଥିବା ଉତ୍କଣ୍ଠା ଦେଖିବାକୁ ମିଳିଛି । ଫିଲ୍ମଟି ଚଳିତ ବର୍ଷ ୧୮ ଏପ୍ରିଲରେ ସିନେମା ହଲ୍ ରେ ରିଲିଜ ହେବ । ଫିଲ୍ମର ପ୍ରଯୋଜକ କରଣ ଜୋହର ଏହି ସୂଚନା ଦେଇଛନ୍ତି  ।

ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି ।  କିଛି ଯୁଦ୍ଧ ଅସ୍ତ୍ରଶସ୍ତ୍ରରେ ଲଢ଼ାଯାଏ ନାହିଁ । ଏପରି କିଛି ସେ ଲେଖିଛନ୍ତି । କେଶରୀ ଅଧ୍ୟାୟ ୨ଟିଜର ମାର୍ଚ୍ଚ ୨୪ ରେ ରିଲିଜ୍ ହେବ ବୋଲି କହିଛନ୍ତି । ୧୮ ଏପ୍ରିଲରେ ସାରା ବିଶ୍ୱର ସିନେମା ହଲରେ ଆପଣ ଏହି ଫିଲ୍ମକୁ ଦେଖି ପାରିବେ । କେଶରୀ ଅଧ୍ୟାୟ ୨ ରେ ଅକ୍ଷୟ କୁମାର, ଅନନ୍ୟା ପାଣ୍ଡେ ଏବଂ ଆର ମାଧବନ ପ୍ରମୁଖ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ରଘୁ ପାଲଟ ଏବଂ ପୁଷ୍ପା ପାଲଟଙ୍କ ଦ୍ୱାରା ଲିଖିତ ପୁସ୍ତକ ଦି କେସ ଦ୍ୟାଟ ଶୂକ୍ ଦି ଏମ୍ପାୟାର’ ଉପରେ ଆଧାରିତ ହୋଇଛି  ।

ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ପଛରେ କଣ ସତ୍ୟ ରହିଛି ତାହାକୁ ଜାଣିବା ପାଇଁ ବ୍ରିଟିଶ ରାଜ ବିରୁଦ୍ଧରେ ଲଢେଇ ଲଢିଥିଲେ । ଏହି ଫିଲ୍ମ ଶଙ୍କରନ ନାୟରଙ୍କ ଜୀବନ ଉପରେ ଆଧାରିତ ହୋଇଛି । ସେ ଜଣେ ବାରିଷ୍ଟର ଥିଲେ । ଯିଏକି ଜାଲିୱାନା ବାଗ ହତ୍ୟାକାଣ୍ଡର ପଛର ସତ୍ୟତା ଜାଣିବା ପାଇଁ ବ୍ରିଟିଶ ରାଜ୍ ର ଖିଲାପ ଲଢେଇ କରିଥିଲେ । ଏହି କାହାଣୀଟି ଭାରତୀୟ ଇତିହାସର ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ତିଆରି ହୋଇଛି ।

ଏହି ଚଳଚ୍ଚିତ୍ରଟି ପ୍ରଥମେ ୧୪ ମାର୍ଚ୍ଚ, ୨୦୨୫ରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଥିଲା କିନ୍ତୁ ୧୮ ଏପ୍ରିଲ ୨୦୨୫କୁ ଘୁଞ୍ଚାଇ ଦିଆଯାଇଛି । ଧର୍ମା ପ୍ରଡକ୍ସନ୍ସ, ଲିଓ ମିଡିଆ କଲେକ୍ଟିଭ୍ ଏବଂ କେପ୍ ଅଫ୍ ଗୁଡ୍ ଫିଲ୍ମସ୍ ଦ୍ୱାରା ତିଆରି ହୋଇଛି । କରଣ ସିଂହ ତ୍ୟାଗୀଙ୍କ ଦ୍ୱାରା ଏହି ଫିଲ୍ମ ନିର୍ଦ୍ଦେଶିତ ହୋଇଛି । ପ୍ରଶଂସକମାନେ ଏହି ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।  ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ସି ଶଙ୍କରନ ନାୟାରଙ୍କ ପ୍ରତୀକାତ୍ମକ ଏବଂ ସାହସୀ ବ୍ୟକ୍ତିତ୍ୱ ଉପରେ ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି ।

Leave a comment