ରେକର୍ଡ କରୁଛି ‘ଆର୍ଆର୍ଆର୍’, ସୁନା ବାଣ୍ଟିଲେ ରାମଚରଣ
ମେଟ୍ରୋଟିଭିଓଡିଶା (୫.୪.୨୦୨୨)
ବକ୍ସ ଅଫିସରେ ଜାରି ରହିଛି ଫିଲ୍ମ ‘ଆର୍ଆର୍ଆର୍’ର ଝଡ। ରିଲିଜ ହେବା ପର ଦିନଠାରୁ ଏହି ଫିଲ୍ମ ରେକର୍ଡ ଉପରେ ରେକର୍ଡ କରି ଚାଲିଛି। ଅନେକ ଫିଲ୍ମକୁ ପଛରେ ପକାଇ ଏହା କରିଛି ଧୂଆଁଧାର କଲେକସନ୍। ୧୦ ଦିନ ଭିତରେ ପାଖାପାଖି ୧୦୦୦ କୋଟିର ବ୍ୟବସାୟ କରିଛି ଏହି ଫିଲ୍ମ।

ଲିଡ ରୋଲ୍ରେ ଥିବା ସାଉଥ ସୁପରଷ୍ଟାର ରାମ ଚରଣ ଓ ଜୁନିଅର ଏନ୍ଟିଆର୍ଙ୍କ ଅଭିନୟକୁ ଚାରିଆଡେ ପ୍ରଶଂସା କରାଯାଉଛି। ଫିଲ୍ମ ସକ୍ସେସ୍ ପରେ ଏବେ ଅଭିନେତା ରାମ ଚରଣ ବେଶ ଖୁସି ଅଛନ୍ତି। ଏହସ ଖୁସିରେ ସେ ବାଣ୍ଟିଛନ୍ତି ସୁନା। ଗୋଟିଏ କି ଦୁଇଟି ନୁହେଁ ପାଖାପାଖି ୩୫ଟି ଗୋଲ୍ଡ କଏନ୍ ସେ ତାଙ୍କ ଆର୍ଆର୍ଆର୍ ଟିମ୍ର ସଦସ୍ୟଙ୍କୁ ଉପହାର ସ୍ୱରୂପ ଦେଇଛନ୍ତି।