‘ଆଦିପୁରୁଷ’ କୁ ନେଇ ଚର୍ଚା ଜୋର

ମୁମ୍ୱାଇ : ରିଲିଜ୍ ହୋଇଛି ଓ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’। ତେବେ ପ୍ରଥମ ଦିନରେ ଏହି ଫିଲ୍ମକୁ ନେଇ ଅନେକ ସମାଲୋଚନା କରିଥିବା ବେଳେ ଅନେକ ପ୍ରଶଂସା କରୁଛନ୍ତି । ରାମ ସୀତାଙ୍କ କାହାଣୀକୁ ଉଚିତ ସମ୍ମାନ ଦିଆଯାଇନଥିବା ସୋସିଆଲ ମିଡିଆରେ ଅଭିଯୋଗ ଉଠିଛି ।  ପ୍ରଥମ ଦିନରେ ସାରା ଦେଶରେ ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ରିଲିଜ୍ ହୋଇଛି ବାହୁବଳୀ ଫେମ୍ ପ୍ରଭାସଙ୍କ ‘ଆଦିପୁରୁଷ’।  ଦିଲ୍ଲୀ, ମୁମ୍ବାଇ ସମେତ ଆନ୍ଧ୍ର ଏବଂ ଦକ୍ଷିଣ ଭାରତର ଏକାଧିକ ହଲ୍‌ରେ ବ୍ୟାକ୍ ଟୁ ବ୍ୟାକ୍ ହାଉସଫୁଲ୍ ଶୋ’ ଚାଲିଛି। ପ୍ରଥମ ଥର ପାଇଁ ରାମାୟଣକୁ ଏତେ ବଡ଼ ଆକାରରେ ସିଲଭର୍ ସ୍କ୍ରିନରେ ରିଲିଜ୍ କରାଯାଇଛିା ସେଥିପାଇଁ ଆକ୍ସନ ଷ୍ଟାର ପ୍ରଭାସଙ୍କୁ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ଦେଖି ବେଶ୍ ଉତ୍ସାହିତ ହୋଇଛନ୍ତି ଫ୍ୟାନ୍ସ। ସେହିପରି କୀର୍ତ୍ତି ସେନନ୍‌ଙ୍କୁ ମାଆ ସୀତା, ସନ୍ନି ସିଂଙ୍କୁ ଲକ୍ଷ୍ମଣ ଓ ରାବଣ ଭୂମିକାରେ ସୈଫ୍ ଅଲ୍ଲୀ ଖାନଙ୍କ ଅଭିନୟ ସମସ୍ତଙ୍କୁ ପ୍ରଭାବିତ କରିଛି। ତେବେ ଏହି ଫିଲ୍ମ ବକ୍ସ ଅଫିସରେ କେତେ ବ୍ୟବସାୟ କରୁଛି ତାହା ଦେଖିବାକୁ ବାକି ରହିଲା ।