ଶେଷନିଶ୍ୱାସ ତ୍ୟାଗ କଲେ ଅଭିନେତା ମୁକୁଲ ଦେବ
ଆଉ ନାହାନ୍ତି ଅଭିନେତା ମୁକୁଲ ଦେବ। ମାତ୍ର ୫୪ ବର୍ଷ ବୟସ ତାଙ୍କର ଦେହାନ୍ତ ହୋଇଥିବା ନେଇ ଫ୍ୟାନ୍ସ ଦୁଃଖରେ ଅଛନ୍ତି। ଅଭିନେତାଙ୍କର କଣ ହୋଇଥିଲା ବୋଲି ସମସ୍ତେ ଜାଣିବାକୁ ଚାହୁଁଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରି ଉପରେ ଖସିଛି ଦୁଃଖର ପାହାଡ଼। ସଲମାନ ଖାନ ଏବଂ ଅଜୟ ଦେବଗନଙ୍କ ସହ ଫିଲ୍ମରେ ନଜର ଆସିଥିବା ଅଭିନେତା ମୁକୁଲ ଦେବ ଦୁନିଆକୁ ଅଲବିଦା କହିଛନ୍ତି। ମୁକୁଲ କିଛି ଦିନ ହେବ ବହୁତ ଅସୁସ୍ଥ ଥିଲେ। ଏହି କାରଣରୁ ସେ ହସ୍ପିଟାଲରେ ICUରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ସମୟରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ।
ମୁକୁଲ ଇନ୍ଦିରା ଗାନ୍ଧୀ ଜାତୀୟ ବିମାନ ଚଳାଚଳ ଏକାଡେମୀର ଜଣେ ତାଲିମପ୍ରାପ୍ତ ପାଇଲଟ ମଧ୍ୟ ଥିଲେ। ସେ ୧୯୯୬ ମସିହାରେ ଟେଲିଭିଜନ ଧାରାବାହିକ ‘ମୁମକିନ’ ମାଧ୍ୟମରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ। ଏଥିରେ ସେ ବିଜୟ ପାଣ୍ଡେ ଭୂମିକାରେ ଅଭିନୟ କରିଥିଲେ। ସେ ‘ଦସ୍ତକ’ ସହିତ ଫିଲ୍ମରେ ତାଙ୍କର ବଲିଉଡ ଯାତ୍ରା ଆରମ୍ଭ କରିଥିଲେ ଯେଉଁଥିରେ ସେ ACP ରୋହିତ ମାଲହୋତ୍ରାଙ୍କ ଭୂମିକାରେ ଅଭିନୟ କରିଥିଲେ।