ଭାରତର ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ଓ ସୁନୀଲ ଗ୍ରୋଭର ଏକ ସୋ’ କରିବା ପାଇଁ ବିମାନରେ ଯାଉଥିବା ବେଳେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରଠାରୁ ଦୁହେଁ ପରସ୍ପର ସହ କାମ କରିବା ବନ୍ଦ କରିଦେଇଥିଲେ। ଏବେ ୭ବର୍ଷ ପରେ ଦୁହେଁ ପୁଣି ଥରେ ଏକାଠି କାମ କରିବାକୁ ଯାଉଛନ୍ତି। ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ସୋ’ରେ ଦୁହେଁ ପୁଣି ଥରେ ସାଥିରେ କାମ କରିବେ ବୋଲି ଜଣାପଡ଼ିଛି।ତେବେ ଏହି ସୋ’ ପାଇଁ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଝଗଡ଼ା ପଛର କାରଣ ଜଣାଇଛନ୍ତି ସୁନୀଲ । ସେ କହିଛନ୍ତି ଯେ, ଆମ ଝଗଡ଼ା ଅସଲି ନଥିଲା। ଆମେ ‘ପବ୍ଲିସିଟି ଷ୍ଟଣ୍ଟ’ କରିଥିଲୁ। ସୁନୀଲଙ୍କ କହିବା ମୁତାବକ, “ଆମେ ବିମାନରେ ବସିଥିବା ବେଳେ ହଠାତ୍ ଜାଣିବାକୁ ପାଇଲୁ ଯେ, ନେଟଫ୍ଲିକ୍ସ ଭାରତ ଆସୁଛି। ତେଣୁ, କିଛି ବଡ଼ ପବ୍ଲିସିଟି ଷ୍ଟଣ୍ଟ କରିବା ଉଚିତ୍। ନେଟଫ୍ଲିକ୍ସ ଆମକୁ କଲ୍ କରି କିଛି ବଡ଼ ପବ୍ଲିସିଟି ଷ୍ଟଣ୍ଟ କରିବାକୁ କହିଥିଲା। ତେଣୁ ଆମେ ଝଗଡ଼ା କରିଥିଲୁ।” ମଜାଳିଆ ଢ଼ଙ୍ଗରେ ସେ ଏଭଳି କହିଥିବା ଜଣାପଡ଼ିଛି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post