ବଲିଉଡ଼ର ଖିଲାଡ଼ି କିଙ୍ଗ୍ ଭାବେ ଜଣାଶୁଣା ଅକ୍ଷୟ କୁମାରଙ୍କ ଧର୍ମପତ୍ନୀ ନିକଟରେ ନିଜର ସ୍ନାତକୋତ୍ତର ସଫଳତାପୂର୍ବକ ସମାପ୍ତ କରିଛନ୍ତି । ଏନେଇ ଅକ୍ଷୟ କୁମାର ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଥିଲେ ଯାହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଟ୍ୱିଙ୍କିଲ ଖନ୍ନାଙ୍କ ପାଇଁ ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ଲେଖିଛନ୍ତି ।‘ଦୁଇ ବର୍ଷ ପୂର୍ବରୁ ଯେତେବେଳେ ତୁମେ ପଢ଼ିବ ବୋଲି କହିଥିଲ ମୁଁ ଆଶ୍ଚର୍ଯ୍ୟ ହୋଇଥିଲି । କିନ୍ତୁ ଯେଉଁଦିନ ମୁଁ ଜାଣିଲି ଯେ ଅଫିସ୍, ଘର, ମୋତେ ଓ ପିଲାମାନଙ୍କ ସହ ତୁମ ଛାତ୍ର ଜୀବନକୁ ସଫଳତାର ସହ ମ୍ୟାନେଜ କରିପାରିଲ ସେଦିନ ଭାବିଲି ଯେ ମୁଁ ଜଣେ ସୁପର ୱୋମେନ୍ ସହ ବିବାହ କରିଛି ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ମୁଁ ଟିକେ ଅଧିକ ପଢ଼ିଥାନ୍ତି ତେବେ ଆଜି ତୁମ ସ୍ନାତକୋତ୍ତର ଅବସରରେ ଆଉ କିଛି ଶବ୍ଦ ଲେଖିପାରିଥାନ୍ତି ଯେ ମୋତେ କେତେ ଗର୍ବ ଅନୁଭବ ହେଉଛି, ଟିନା । ତୁମକୁ ଅନେକ ଅନେକ ଶୁଭେଚ୍ଛା ଏବଂ ଆଇ ଲଭ୍ ୟୁ । ଏହି ପୋଷ୍ଟରେ ଅନେକ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସମାନେ କମେଣ୍ଟ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ