ହ୍ୟୁମାନ ମୃତ୍ୟୁ ପରେ ପରିବାର ତରଫରୁ ଗୋଟିଏ ବି ଏତଲା ହୋଇନି
ହ୍ୟୁମାନ ସାଗରଙ୍କ ମୃତ୍ୟୁର ୧୨ ଦିନ ପରେ ଅନେକ ଚର୍ଚ୍ଚା ହେଉଛି । ତାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? । ଅନେକ ମାମଲା ଥାନାରେ ହେଲାଣି । ତାଙ୍କ ପରିବାର ପକ୍ଷରୁ କିଛି କୁହାଯାଉନି । ପ୍ରଶଂସକମାନେ ସୋସିଆଲ ମିଡିଆରେ ରାଗ ଝାଡ଼ୁଛନ୍ତି ।ଯାହା ଫଳରେ ଥମୁନି ବିବାଦ। ମ୍ୟାନେଜର ପପୁ ଓ ପ୍ରଶାନ୍ତଙ୍କ ନାଁରେ କଟକ ମହିଳା ଥାନାରେ ହେଲା FIR । ହ୍ୟୁମାନଙ୍କ ମାଆଙ୍କୁ ସର୍ବସାଧାରଣରେ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଗିରଫ ପାଇଁ ତେଜିଲା ଦାବି । ସେପଟେ ଏଯାଏଁ ଦୁଇ ମ୍ୟାନେଜର ମୁହଁ ଖୋଲୁନଥିବାବେଳେ ଆଇନଜୀବୀ କହିଛନ୍ତି, ହ୍ୟୁମାନଙ୍କ ମ୍ୟାନେଜରଙ୍କୁ ଶନିଦଶା । ଥାନାରେ ଦାୟର ହେଉଛି ଗଦା ଗଦା FIR । ହ୍ୟୁମାନଙ୍କ ମାଆଙ୍କୁ ଗାଳି ପଡ଼ିଯିବ କି ଭାରି ?
ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ତାଙ୍କ ମ୍ୟାନେଜର ଦିନେଶ ବେହେରା ଓରଫ ପପୁଙ୍କୁ ଦାୟୀ କରାଯାଉଛି। ଏପରିକି ହ୍ୟୁମାନଙ୍କ ମାଆଙ୍କୁ କରିଥିବା ଅଶ୍ଳୀଳ ବ୍ୟବହାର ପାଇଁ ଆହୁରି ବିବାଦୀୟ ହୋଇପଡ଼ିଛନ୍ତି ଦିନେଶ। ତାଙ୍କ ବିରୁଦ୍ଧରେ ପୁଣି ଏକ ଏତଲା କଟକ ମହିଳା ଥାନାରେ ଦାଖଲ କରାଯାଇଛି।ଷ୍ଟେଟ ହ୍ୟୁମାନ ରାଇଟସ କାଉନସିଲ ନାମକ ଏକ ସଂଗଠନ ପକ୍ଷରୁ FIR ଦିଆଯିବା ସହ ଦିନେଶଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରଯାଇଛି। ହ୍ୟୁମାନଙ୍କ ମୃତଦେହକକୁ ଘରକୁ ନେଉଥିବା ସମୟରରେ ତାଙ୍କ ମାଆ ଶେଫାଳୀଙ୍କୁ ଗାଳିଗୁଲଜ କରିଥିଲେ ଦିନେଶ। ଯାହାକୁ ଏହି ସଂଗଠନ କଡ଼ା ନିନ୍ଦା କରିଛି। ଏଭଳି ଅସଭ୍ୟ ଭାଷା ପ୍ରୟୋଗ କରି ସେ କେବଳ ହ୍ୟୁମାନଙ୍କ ମାଆଙ୍କୁ ନୁହେଁ ବରଂ ସବୁ ମହିଳାଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି ।