ହସ୍ପିଟାଲରେ ହିନା ଖାନ
ଅଭିନେତ୍ରୀ ହିନା ଖାନ ଅସୁସ୍ଥ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ହିନା କହିଛନ୍ତି ଯେ ତାଙ୍କର ଉଚ୍ଚ ଜ୍ୱର ଥିଲା, ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଲା। ଏଥିସହ ପ୍ରଶଂସକମାନଙ୍କୁ ସ୍ୱାସ୍ଥ୍ୟ ଅପଡେଟ୍ ଦେଉଥିବାବେଳେ ହିନା କହିଛନ୍ତି ଯେ ସେ ଶୀଘ୍ର ସୁସ୍ଥ ହେବେ।ଇନଷ୍ଟାଗ୍ରାମରେ ହିନା ଦୁଇଟି ଫଟୋ ସେୟାର କରିଛନ୍ତି। ଗୋଟିଏ ଫଟୋରେ ହିନା ହସ୍ପିଟାଲ ବେଡ ଉପରେ ବସିଥିବାର ନଜର ଆସିଛନ୍ତି। ଫଟୋର କ୍ୟାପସନରେ ସେ ଲେଖିଛନ୍ତି- ଲାଇଭ ଅପଡେଟ୍-ଚତୁର୍ଥ ଦିନ। ଦ୍ୱିତୀୟ ଫଟୋରେ, ହିନା ଥର୍ମୋମିଟରର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ଶରୀରର ତାପମାତ୍ରା ୧୦୨ ଦେଖାଯାଉଛି।