ଓଲିଉଡ ଷ୍ଟାର କପଲ୍ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ କଳହ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇ ଉଭୟ ଦମ୍ପତ୍ତି ନୂଆ ଜୀବନ ଆରମ୍ଭ କରିବା ପାଇଁ ଇଚ୍ଛା କରୁଛନ୍ତି । କିନ୍ତ ବିଭିନ୍ନ କାରଣରୁ ଅଦାଲତରୁ ଏଥିପାଇଁ ଅନୁମତି ମିଳି ପାରିନାହିଁ । ଦିନ ଥିଲା ବର୍ଷା-ଅନୁଭବ ଯୋଡ଼ିକୁ ଓଡ଼ିଆ ସିନେ ଜଗତର ସବୁଠାରୁ ସୁନ୍ଦର ଓ ସଫଳ ଯୋଡ଼ି ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ଅନୁଭବଙ୍କର ସେହି ପୁରୁଣା ଦିନ ମନେ ପଡ଼ିଯାଇଛି । ତେଣୁ ଅନୁଭବ ବର୍ଷାଙ୍କୁ ନିଜ ମନର କଥା କହିଛନ୍ତି ।ସୋସିଆଲ ମିଡିଆରେ ବର୍ଷାଙ୍କର ବିଦାୟୀ ବେଳର ଫଟୋକୁ ପୋଷ୍ଟ କରିଛନ୍ତି ସାଂସଦ ତଥା ଓଲିଉଡ ଷ୍ଟାର ଅନୁଭବ ମହାନ୍ତି । ଏହି ଫଟୋରେ ବର୍ଷା ଶାଶୁଘରକୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ତେବେ ଏହି ମୁହୁର୍ତ୍ତ ପ୍ରତିଟି ଝିଅ ଏବ ପୁରୁଷ ଜୀବନର ସବୁଠାରୁ ଖୁସି ଏବଂ ସ୍ମରଣୀୟ ମୁହୂର୍ତ୍ତ ହୋଇଥାଏ । ଏହି ଫଯୋକୁ ପୋଷ୍ଟ କରି ଅନୁଭବ ମହାନ୍ତି ଲେଖିଛନ୍ତି ଯେ, ବର୍ଷା ମୋ ହୃଦୟର ଗଭୀରତାରୁ ମୁଁ ତୁମକୁ ବହୁତ ଭଲପାଉଥିଲି… ଯେଉଁ କାରଣ ପାଇଁ ବି ଆମର ବିବାହ ସମ୍ପର୍କ ବିଫଳ ହୋଇଥାଉ, ଆମେ ଆଗକୁ ଭଲ ସାଙ୍ଗ ହୋଇ ରହିବା । ଆମ ମଧୁର ସମ୍ପର୍କରେ ଫାଟ ସୃଷ୍ଟ ହୋଇ ବିବାହ ବିଚ୍ଛେଦ ଏତେ ଦୁଃଖଭରା ହେବ ବୋଲି ମୁଁ କେବେ ଭାବି ନଥିଲି । କିନ୍ତୁ ଯେତେବେଳେ ବିଚ୍ଛେଦ ଜରୁରୀ, ତେବେ କଣ ପାଇଁ ଭଲରେ ନହେବ । ଏଭଳି ଏକ ମେସେଜ କରି ଛାଡ଼ପତ୍ର ପରେ ମଧ୍ୟ ବର୍ଷାଙ୍କ ସହ ବନ୍ଧୁ ହୋଇ ରହିବା ପାଇଁ କହିଛନ୍ତି ଅନୁଭବ ।ସୋସିଆଲ ମିଡିଆରେ ଏମିତି କିଛି ହୃଦୟସ୍ପର୍ଶୀ ମେସେଜ ଲେଖିଛନ୍ତି ଅନୁଭବ ମହାନ୍ତି । ପ୍ରଥମ ଥର ପାଇଁ ସେ ସିଧା ସିଧା ବର୍ଷାଙ୍କୁ ଦେଇଛନ୍ତି ଏହି କଥା କହିଛନ୍ତି । ଏହାବ୍ୟତୀତ ବର୍ଷାଙ୍କ ନାମକୁ ମଧ୍ୟ ସେ ଏହି ମେସେଜରେ ସ୍ଥାନ ଦେଇଛନ୍ତି । ତେବେ ଅନୁଭବଙ୍କ ଏହି ମେସେଜ ହିଁ ବର୍ଷାଙ୍କ ପ୍ରତି ଥିବା ତାଙ୍କର ଭଲ ପାଇବା ଏବଂ ଇମୋସନକୁ ପ୍ରତିପାଦନ କରୁଛି । କିନ୍ତୁ ବର୍ତ୍ତମାନ ଏହା ବିଚ୍ଛେଦ ଦିଗରେ ଗତି କରୁଛି । କଟକ ଫ୍ୟାମିଲି କୋର୍ଟ ପ୍ରଥମେ ଅନୁଭବଙ୍କ ଛାଡ଼ପତ୍ର ମାମଲାକୁ ଖାରଜ କରିଥିଲେ । ଯାହାପରେ ପ୍ରତିଦିନ ଅନୁଭବ ମହାନ୍ତି ଲେଖି ଚାଲିଛନ୍ତି ସୋସିଆଲ ମିଡିଆରେ ଅନେକ କଥା । କେତେବେଳେ ବର୍ଷାଙ୍କୁ ମିଛେଇ କହୁଛନ୍ତି ତ ପୁଣି କେତେବେଳେ ବର୍ଷାଙ୍କୁ କହୁଛନ୍ତି ‘I LOVE YOU’
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post