ସାଉଥରେ ଡେବ୍ୟୁ କରିବେ କରୀନା
ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଖୁବ ଶୀଘ୍ର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି। କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା ଯେ, କରୀନା କନ୍ନଡରେ ସାଉଥ ସୁପରଷ୍ଟାର ୟଶଙ୍କ ଫିଲ୍ମ ‘ଟକ୍ସିକ୍’ରେ ଅଭିନୟ କରିବେ | ଏହି ଚର୍ଚ୍ଚା ମଧ୍ୟରେ କରୀନା କହିଛନ୍ତି, “ମୁଁ ବହୁତ ବଡ ସାଉଥ୍ ଫିଲ୍ମ କରିବାକୁ ଯାଉଛି। ଏହା ଏକ ପ୍ୟାନ୍ ଇଣ୍ଡିଆ ଫିଲ୍ମ ତେଣୁ ସୁଟିଂ କେଉଁଠାରେ ହେବ ମୁଁ ଜାଣେ ନାହିଁ। ମୋର ସମସ୍ତ ପ୍ରଶଂସକଙ୍କୁ ଏହା ଜଣାଇ ମୁଁ ବହୁତ ଉତ୍ସାହିତ ଯେ ମୁଁ ପ୍ରଥମ ଥର ସାଉଥରେ କାମ କରିବାକୁ ଯାଉଛି ।” ତେବେ ନିର୍ମାତାମାନେ ଫିଲ୍ମ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଧିକାରୀକ ଘୋଷଣା କରିନାହାଁନ୍ତି। କିନ୍ତୁ ଯଦି ଏହା ସତ ହୁଏ, ତେବେ କରୀନା ଏବଂ ୟଶଙ୍କୁ ପରଦାରେ ଏକାଠି ଦେଖିବା ପ୍ରଶଂସକଙ୍କୁ ଖୁସି ଦେବ ନିଶ୍ଚୟ |