ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୁଙ୍କ ଆଉ ଏକ ଧମକ ପରେ ସଲମାନ ଖାନଙ୍କୁ ଦିଆଯାଇଥିବା ସୁରକ୍ଷାକୁ ନେଇ ମଙ୍ଗଳବାର ମୁମ୍ବାଇ ପୋଲିସ ସମୀକ୍ଷା କରିଛି । ଏହା ସହ ‘ଟାଇଗର’ ଅଭିନେତାଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି । ଏହି ଧମକ ପରେ ଭାଇଜାନଙ୍କୁ ମୁମ୍ବାଇ ପୋଲିସ ତରଫରୁ ଓ୍ଵାଇ – ପ୍ଲସ ସୁରକ୍ଷା ଦିଆଯାଇଛି ।ଫେସ୍ବୁକ୍ ଆକାଉଣ୍ଟ୍ର ଓରିଜିନ୍ ଭାରତ ବାହାରର ଥିଲା । ସେହି ପୋଷ୍ଟରେ ଏହା ଲେଖାଥିଲା, ‘‘ତୁମେ ସଲମାନ ଖାନଙ୍କୁ ତୁମର ଭାଇ ବୋଲି ଭାବୁଛ, କିନ୍ତୁ ବର୍ତ୍ତମାନ ସମୟ ଆସିଛି ତୁମର ‘ଭାଇ’ ଆସି ତୁମକୁ ବଞ୍ଚାଇବ । ଏପରି ଭାବେ ଏହି କଥା ସଲମାନ ଖାନଙ୍କ ପାଇଁ ମଧ୍ୟ ରହିଛି, ଭ୍ରମରେ ରୁହ ନାହିଁ ଯେ ଡାଉଡ ତୁମକୁ ବଞ୍ଚାଇବ, କେହି ତୁମକୁ ବଞ୍ଚାଇ ପାରିବେ ନାହିଁ’’ ।ଏହାକୁ ଏକ ଟ୍ରେଲର ଭାବ, ପୂରା ଫିଲ୍ମ ବହୁତ ଶୀଘ୍ର ରିଲିଜ୍ ହେବ । ଆପଣ ଚାହୁଁଥିବା କୌଣସି ଦେଶକୁ ପଳେଇ ଯାଆନ୍ତୁ, ହେଲେ ମନେରଖନ୍ତୁ, ମୃତ୍ୟୁ ପାଇଁ ଭିସା ଆବଶ୍ୟକ ହୋଇନଥାଏ, ଏହା ବିନା ନିୟନ୍ତ୍ରଣରେ ଆସିଥାଏ ।ତେବେ ଏପରି ଧମକ ମିଳିବା ପରେ ଜିପି ଗ୍ରୁଓ୍ଵାଲ କହିଛନ୍ତି, ଯେ ତାଙ୍କର ସଲମାନ ଖାନଙ୍କ ସହ ସେପରି ଘନିଷ୍ଠ ବନ୍ଧୁତା ମଧ୍ୟ ନାହିଁ, ଏହା ସହ ସେ ମାତ୍ର ତାଙ୍କୁ ଦୁଇଥର ସଲମାନ ଖାନଙ୍କୁ ଭେଟିଛନ୍ତି । ଜିପି ଗ୍ରୁଓ୍ଵାଲ ଏପରି ମଧ୍ୟ କହିଛନ୍ତି ଯେ ତାଙ୍କର କାହା ସହ ସେପରି ଶଶ୍ରୁତ ନାହିଁ, ତେଣୁ ଚିନ୍ତା କରିପାରୁନାହିଁ ଯେ ଏହି ଆକ୍ରମଣ ପଛରେ କିଏ ଅଛି ।ଏହା ପୂର୍ବରୁ ମଧ୍ୟ ମାର୍ଚ୍ଚ ମାସରେ ସଲମାନ ଖାନଙ୍କୁ ବିଷ୍ଣୁ ଗ୍ୟାଙ୍ଗର ଜଣେ ସଦସ୍ୟଙ୍କ ଧକମ ଭରା ମେଲ୍ ମଧ୍ୟ ପଠାଇଥିଲେ ।
Trending
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
- ସୁଜାତା ଆର୍ କାର୍ତ୍ତିକେୟନଙ୍କୁ ଶକ୍ତି ନାନୀ ଉପାଖ୍ୟାନ ଦେଲେ – ଶ୍ରୀମୟୀ ମିଶ୍ର
- ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେଉଛି ବଡଓଷା ପର୍ବ
Prev Post
Next Post