ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୁଙ୍କ ଆଉ ଏକ ଧମକ ପରେ ସଲମାନ ଖାନଙ୍କୁ ଦିଆଯାଇଥିବା ସୁରକ୍ଷାକୁ ନେଇ ମଙ୍ଗଳବାର ମୁମ୍ବାଇ ପୋଲିସ ସମୀକ୍ଷା କରିଛି । ଏହା ସହ ‘ଟାଇଗର’ ଅଭିନେତାଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି । ଏହି ଧମକ ପରେ ଭାଇଜାନଙ୍କୁ ମୁମ୍ବାଇ ପୋଲିସ ତରଫରୁ ଓ୍ଵାଇ – ପ୍ଲସ ସୁରକ୍ଷା ଦିଆଯାଇଛି ।ଫେସ୍ବୁକ୍ ଆକାଉଣ୍ଟ୍ର ଓରିଜିନ୍ ଭାରତ ବାହାରର ଥିଲା । ସେହି ପୋଷ୍ଟରେ ଏହା ଲେଖାଥିଲା, ‘‘ତୁମେ ସଲମାନ ଖାନଙ୍କୁ ତୁମର ଭାଇ ବୋଲି ଭାବୁଛ, କିନ୍ତୁ ବର୍ତ୍ତମାନ ସମୟ ଆସିଛି ତୁମର ‘ଭାଇ’ ଆସି ତୁମକୁ ବଞ୍ଚାଇବ । ଏପରି ଭାବେ ଏହି କଥା ସଲମାନ ଖାନଙ୍କ ପାଇଁ ମଧ୍ୟ ରହିଛି, ଭ୍ରମରେ ରୁହ ନାହିଁ ଯେ ଡାଉଡ ତୁମକୁ ବଞ୍ଚାଇବ, କେହି ତୁମକୁ ବଞ୍ଚାଇ ପାରିବେ ନାହିଁ’’ ।ଏହାକୁ ଏକ ଟ୍ରେଲର ଭାବ, ପୂରା ଫିଲ୍ମ ବହୁତ ଶୀଘ୍ର ରିଲିଜ୍ ହେବ । ଆପଣ ଚାହୁଁଥିବା କୌଣସି ଦେଶକୁ ପଳେଇ ଯାଆନ୍ତୁ, ହେଲେ ମନେରଖନ୍ତୁ, ମୃତ୍ୟୁ ପାଇଁ ଭିସା ଆବଶ୍ୟକ ହୋଇନଥାଏ, ଏହା ବିନା ନିୟନ୍ତ୍ରଣରେ ଆସିଥାଏ ।ତେବେ ଏପରି ଧମକ ମିଳିବା ପରେ ଜିପି ଗ୍ରୁଓ୍ଵାଲ କହିଛନ୍ତି, ଯେ ତାଙ୍କର ସଲମାନ ଖାନଙ୍କ ସହ ସେପରି ଘନିଷ୍ଠ ବନ୍ଧୁତା ମଧ୍ୟ ନାହିଁ, ଏହା ସହ ସେ ମାତ୍ର ତାଙ୍କୁ ଦୁଇଥର ସଲମାନ ଖାନଙ୍କୁ ଭେଟିଛନ୍ତି । ଜିପି ଗ୍ରୁଓ୍ଵାଲ ଏପରି ମଧ୍ୟ କହିଛନ୍ତି ଯେ ତାଙ୍କର କାହା ସହ ସେପରି ଶଶ୍ରୁତ ନାହିଁ, ତେଣୁ ଚିନ୍ତା କରିପାରୁନାହିଁ ଯେ ଏହି ଆକ୍ରମଣ ପଛରେ କିଏ ଅଛି ।ଏହା ପୂର୍ବରୁ ମଧ୍ୟ ମାର୍ଚ୍ଚ ମାସରେ ସଲମାନ ଖାନଙ୍କୁ ବିଷ୍ଣୁ ଗ୍ୟାଙ୍ଗର ଜଣେ ସଦସ୍ୟଙ୍କ ଧକମ ଭରା ମେଲ୍ ମଧ୍ୟ ପଠାଇଥିଲେ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post