‘ଯବାନ’ କ୍ରେଜ୍ ଚାଲିଛି
ସାରା ଦେଶରେ ଏବେ ବଲିଉଡ୍ ବାଦ୍ଶାହ ଶାହରୁଖ୍ ଖାନ୍ଙ୍କ ଫିଲ୍ମର ଚାଲିଛି କ୍ରେଜ୍। ରାଜଧାନୀ ଭୁବନେଶ୍ବର ବି ଭଲ ବ୍ୟବସାୟ କରୁଛି । ଶହେ କୋଟି କ୍ଲବରେ ସାମିଲ ହୋଇଛି । ଗତ ଜାନୁଆରିରେ ଶାହରୁଖ୍ଙ୍କ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ପଠାନ୍’ର ରେକର୍ଡ ଭଙ୍ଗ କରିଛି । ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ବେଳେ ଗତକାଲି ରାତି ୨ଟାରେ ମୁମ୍ବାଇ, କୋଲକାତା ଓ ଦିଲ୍ଲୀ ଆଦି ସହରରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା। ଏଥିସହ ଆଜି ସକାଳୁ ଦେଶବିଦେଶର ବିଭିନ୍ନ ସିନେମା ହଲ୍ରେ ‘ଯବାନ’ ମୁକ୍ତିଲାଭ କରିବା ସହ ସାମାଜିକ ଗଣମାଧ୍ୟମରେ ଏନେଇ ଦିନତମାମ୍ ଚର୍ଚ୍ଚା ଜାରିରହିଛି। ପ୍ରଥମ ଦିନରେ ଚଳଚ୍ଚିତ୍ରକୁ ୧୦ରୁ ୮.୯ ଷ୍ଟାର୍ ରେଟିଂ ମିଳିଛି।