ମାଳଦ୍ବୀପ ନୁହେଁ ଲାକ୍ଷାଦ୍ବୀପ ଯିବି: ନାଗାର୍ଜୁନ

ଭାରତ ସମ୍ପର୍କରେ ମାଳଦ୍ବୀପ ମନ୍ତ୍ରୀଙ୍କ ଅପମାନଜନକ ମନ୍ତବ୍ୟ ପରେ ସାରା ଭାରତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଏହାର ଦୃଢ଼ ବିରୋଧ କରୁଛନ୍ତି। ‌ଦେଶ ସାରା ‘ବଏକଟ୍‌ ମାଳଦ୍ବୀପ’ ଟ୍ରେଣ୍ଡ ଜାରି ରହିଛି। ମାଳଦ୍ବୀପକୁ ବୁଲିବାକୁ ଯୋଜନା କରିଥିବା ହଜାର ହଜାର ଭାରତୀୟ ଟିକେଟ୍‌ ବାତିଲ କରୁଥିବା ଦେଖିବାକୁ ମିଳିଛି। ଏବେ ସାଉଥ ସୁପରଷ୍ଟାର ନାଗାର୍ଜୁନ ମଧ୍ୟ ନିଜର ମାଳଦ୍ବୀପ ଗସ୍ତ ବାତିଲ କରିଥିବା ଜଣାପଡ଼ିଛି।