ଭୟଙ୍କର ରୂପରେ ଅକ୍ଷୟ

#today release#Banach pandey

ମେଟ୍ରୋ ଟିଭି ଓଡିଶା (୧୮.୨.୨୦୨୨) :

ଆଜି ଅକ୍ଷୟ କୁମାର ଅଭିନୀତ ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଟ୍ରେଲରରେ ପ୍ରଥମ ଥର ପାଇଁ ଅକ୍ଷୟଙ୍କ ଭୟଙ୍କର ରୂପ ଦେଖିବାକୁ ମିଳିଛି। ଫିଲ୍ମରେ ତାଙ୍କ ସହ ଅରଶଦ ୱାରସୀ, ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିସ୍‌ ଓ କୃତି ସେନନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ହୋଲିରେ ପ୍ରେକ୍ଷାଳୟକୁ ଆସିବ ଏହି ଚଳଚ୍ଚିତ୍ର। ଫିଲ୍ମରେ ଅକ୍ଷୟ ଜଣେ ଗୁଣ୍ଡା ଭୂମିକାରେ ଅଭିନୟ କରିଛନ୍ତି। ଅପରପକ୍ଷେ କୃତି ସେନନ ଜଣେ ଚଳଚ୍ଚିତ୍ର ନିର୍ମାତା ସାଜିଛନ୍ତି ଓ ସେ ବଚ୍ଚନ ପାଣ୍ଡେ ଉପରେ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ତାଙ୍କ ବନ୍ଧୁ ଅରଶଦ ୱାରସୀଙ୍କ ସାହାଯ୍ୟ ଲୋଡ଼ୁଛନ୍ତି। ଅରଶଦ ତାଙ୍କୁ ଜଣେ ଗୁଣ୍ଡା ଉପରେ ଫିଲ୍ମ ନିର୍ମାଣ କରିବାକୁ ମନା କରୁଛନ୍ତି। ସେ କୃତିଙ୍କୁ କହୁଛନ୍ତି, ‘ସେ ହେଉଛି ରାବଣ, ଯାହାର ହୃଦୟ ଓ ଆଖି ଦୁଇଟି ଯାକ ପଥର’। ଟ୍ରେଲରରେ ଅକ୍ଷୟଙ୍କ ଭୟଙ୍କର ରୂପ ସାଙ୍ଗକୁ ଦମ୍‌ଦାର୍‌ ସଂଳାପ ମଧ୍ୟ ଶୁଣିବାକୁ ମିଳିଛି।