ଭିକ୍ଷା ମାଗିଲେ କଙ୍ଗନା

#kangana bjp campaing

ମେଟ୍ରୋ ଟିଭି ଓଡିଶା (୧୯ .୨.୨୦୨୨)

ଉତ୍ତରପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ନିଜ ନିଜ ଦଳ ଜିତିବାପାଇଁ ଜୋରଦାର ପ୍ରଚାର ଚଳାଇଛନ୍ତି । ଏପରି ସ୍ଥଳେ ପ୍ରଥମ ଥର ପାଇଁ ସାର୍ବଜନୀକ ଭାବରେ ବିଜେପି ପାଇଁ ଭୋଟ ଭିକ୍ଷା କରିଛନ୍ତି ଅଭିନେତ୍ରୀ କଙ୍ଗନା ରାନାୱତ ।

ନିଜ ସୋସିଆଲ ମିଡିିଆରେ ଏକ ଭିଡିଓ ପୋଷ୍ଟ କରି କଙ୍ଗନା କହିଛନ୍ତି ଯେ, ଆମକୁ ଆମର ଲୋକପ୍ରିୟ ଯୋଗୀ ସରକାରଙ୍କୁ ପୁଣିଥରେ ଆଣିବା ଦରକାର’ । କଙ୍ଗନା ପୋଷ୍ଟ କରିଥିବା ଭିଡିଓରେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆମେ ସମସ୍ତେ ଜାଣୁ ଯେ ଉତ୍ତରପ୍ରଦେଶରେ ଏବେ ନିର୍ବାଚନୀ ଲଢେଇ ଖୁବ ଜୋରସୋରରେ ଚାଲିଛି ।

ଏହି ଯୁଦ୍ଧ ଜିତିବାକୁ ଆମର ଏକ ମାତ୍ର ଅସ୍ତ୍ର ହେଉଛି ଭୋଟ । ମନେରଖନ୍ତୁ ଆମକୁ ଆମର ଲୋକପ୍ରିୟ ଯୋଗୀ ସରକାରଙ୍କୁ ପୁଣିଥରେ ଶାସନକୁ ଆଣିବା ଦରକାର । ମତଦାନ କ୍ଷେତ୍ରକୁ ଯେତେବେଳେ ବି ଯାଉଛନ୍ତି, ସାଙ୍ଗରେ ନିହାତି ଭାବେ ଦିଇ ତିନି ଜଣଙ୍କୁ ନେଇ ଯାଆନ୍ତୁ । ମନେ ରଖନ୍ତୁ ବିଜୟର ଏହି କିର୍ତ୍ତୀମାନ ଯେପରି କେବେବି ନ ଭାଙ୍ଗୁ, ଗୋଟିଏ ବି ଭୋଟ ଯେପରି ବାଦ ନ ପଡୁ, ଜୟଶ୍ରୀ ରାମ!’ ।