ଭାଇଜାନଙ୍କ ଜନ୍ମଦିନ

ଭାଇଜାନ ଅର୍ଥାତ ସଲମାନ ଖାନଙ୍କ ଜନ୍ମଦିନ । ନିଜ ଜନ୍ମଦିନକୁ ଖୁବ ଧୁମଧାମରେ ପାଳନ କରୁଛନ୍ତି ଭାଇଜାନ । ତେବେ ନିଜ ପ୍ରିୟ ତାରକାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବାକୁ ଗତକାଲି ରାତିରେ ତାଙ୍କ ଘର ସାମ୍ନାରେ ପହଞ୍ଚିଥିଲେ ତାଙ୍କ ପ୍ରଶଂସକ । ଭୋର ୩ଟା ବେଳଠାରୁ ହିଁ ତାଙ୍କ ପ୍ରଶଂସକମାନେ ତାଙ୍କ ବାନ୍ଦ୍ରା ସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ସାମ୍ନାରେ ଭିଡ଼ ଜମାଇଥିଲେ ଭାଇଜାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ । ତେବେ ଏହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।ସଲମାନ ନିଜ ଜନ୍ମଦିନ କେକ ମଧ୍ୟ କାଟିନଥିବା ଜଣାପଡ଼ିଛି । ବରଂ ନିଜ ଭାଣିଜୀ ଅୟାତଙ୍କର କେକ କାଟି ସେ ନିଜ ଜନ୍ମଦିନ ସେଲିବ୍ରେଟ କରିଛନ୍ତି । ଏହା ସହିତ ଭଉଣୀ ଅର୍ପିତାଙ୍କ ଝିଅ ଅୟାତ ମଧ୍ୟ ଚଳିତ ବର୍ଷ ୪ ବର୍ଷର ହୋଇଛନ୍ତି । ଏପରି ସ୍ଥିତିରେ ଭାଇଜାନ ନିଜ ଜନ୍ମଦିନ ଅୟାତଙ୍କ ସହିତ ପାଳନ କରିଛନ୍ତି ।ଅନ୍ୟପକ୍ଷରେ ସଲମାନ ମଧ୍ୟ ନିଜ ପ୍ରଶଂସକମାନଙ୍କୁ ଆଦୌ ନିରାଶ କରିନାହାନ୍ତି । ବାଲକୋନିକୁ ଆସି ସେ ପ୍ରତି ବର୍ଷ ପରି ନିଜ ଫ୍ୟାନ୍ସଙ୍କୁ ସ୍ୱାଗତ କରିଥିଲେ । ଏହା ସହିତ ଚଳିତ ବର୍ଷ ମଧ୍ୟ ନିଜ ଫ୍ୟାନ୍ସଙ୍କୁ ସେ ରିଟର୍ଣ୍ଣ ଗିଫ୍ଟ ଦେଇଛନ୍ତି । ତେବେ ସେ ଅନେକ ସମୟରେ ତାଙ୍କ ଫ୍ୟାନ୍ସଙ୍କୁ ରିଟର୍ଣ୍ଣ ଗିଫ୍ଟ ଆକାରରେ ଏକ ନୂଆ ପିଲ୍ମ ଭେଟି ଦେଇଥାନ୍ତି ।