ବିବାହ ବନ୍ଧନରେ ବାନ୍ଧି ହେଲେ କରିସ୍ମା ଓ ବରୁଣ
ମେଟ୍ରୋ ଟିଭି ଓଡିଶା,୬/୨ : ଲୋକପ୍ରିୟ ଟେଲି ଅଭିନେତ୍ରୀ କରିସ୍ମା ତନ୍ନା ଓ ବରୁଣ ବଙ୍ଗେରା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତକାଲି ବିବାହ ସମ୍ପନ୍ନ ହେବା ପରେ ଦୁହେଁ ଦାମ୍ପତ୍ୟ ଜୀବନ ଆରମ୍ଭ କରିବେ । ସୋସିଆଲ୍ ମିଡିଆରେ ଏବେ ଦୁହିଁଙ୍କ ବିବାହ ଫଟୋ ଜୋରସୋରରେ ଭାଇରଲ୍ ହେଉଛି । ଫ୍ୟାନ୍ସ, ବନ୍ଧୁ ଓ ପରିଜନ ମାନେ କପଲଙ୍କ ଫଟୋକୁ ସେୟାର୍ କରି ବିବାହ ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି । କରିସ୍ମା ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର୍ କରିଛନ୍ତି।
ସୂଚନାଯୋଗ୍ୟ, ବରୁଣ ବଙ୍ଗେର ଏବଂ କରିସ୍ମା ତନ୍ନାଙ୍କ ଫଟୋ ବିରଳ ଭିୟାନୀଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଦୁହେଁ ପାପାରାଜିଙ୍କୁ ପୋଜ୍ ଦେଇ ହସରେ ସମସ୍ତଙ୍କ ହୃଦୟ ଜିତିନେଇଛନ୍ତି। କରିସ୍ମା ଏବଂ ବରୁଣଙ୍କ ଓ୍ଵଡିଂ ଫଟୋ ଭାଇରଲ ହେଉଛି ।
ଏହା ବ୍ୟତୀତ କରିସ୍ମାଙ୍କ ଫ୍ୟାନ୍ ପେଜ୍ ରେ ବିବାହ ସମୟର ଭିଡିଓ ଅପଲୋଡ୍ କରାଯାଇଛି । କ୍ୟାମେରା ସାମନାରେ ଦୁହେଁ ଖୁବ୍ ସୁନ୍ଦର୍ ପୋଜ୍ ଦେଉଥିବା ନଜର ଆସିଛନ୍ତି । ଗତବର୍ଷ ନଭେମ୍ବର ମାସରେ ବରୁଣ ବଙ୍ଗେରାଙ୍କ ସହିତ ନିର୍ବନ୍ଧ କରିଥିଲେ । ସେମାନଙ୍କ ଫଟୋକୁ ଏକତା କପୁରଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି।