ଆଗାମୀ ଦିନର ଚଳଚ୍ଚିତ୍ର Kalki 2898 AD ପ୍ରଥମ ଲୁକ ସେୟାର କରିଛନ୍ତି । ବର୍ତ୍ତମାନ ଅମିତାଭ ବଚ୍ଚନ ନିର୍ମାତା ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଛନ୍ତି । ଅମିତାଭ ବଚ୍ଚନ ତାଙ୍କର ଏହି ପୋଷ୍ଟକୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ପୋଷ୍ଟରେ ସେୟାର କରିଛନ୍ତି । ଅମିତାଭ ବଚ୍ଚନ ସବୁବେଳେ ତାଙ୍କ ଫିଲ୍ମ ପାଇଁ ଚର୍ଚ୍ଚାରେ ଥାନ୍ତି । ଅମିତାଭ ବଚ୍ଚନ ଏହି ପୋଷ୍ଟକୁ ସେୟାର କରି ବୈଜନ୍ତି ମୁଭି ମେକର୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଗ ବି ନିଜେ ଏହାକୁ ଚ୍ୟାଲେଜିଙ୍ଗ ରୋଲ ବୋଲି କହିଛନ୍ତି । ବିଗ ବି ତାଙ୍କ ପୋଷ୍ଟରେ ଲେଖିଛନ୍ତି “ବୈଜନ୍ତୀ ମୁଭିଙ୍କୁ ଧନ୍ୟବାଦ ମତେ ଏହି ଚ୍ୟାଲେଞ୍ଜିଙ୍ଗ ଭୂମିକା ଦେଇଥିବାରୁ ।” ଅମିତାଭ ବଚ୍ଚନଙ୍କୁ ଏହି ଫିଲ୍ମରେ ଦମଦାର ରୋଲରେ ଦେଖିବାକୁ ମିଳିବ । ଅମିତାଭ ବଚ୍ଚନଙ୍କର ଏହି ଅବତାର ଦେଖିବା ପରେ ଫ୍ୟାନ ମାନଙ୍କ ଏକସାଇଟମେଣ୍ଟ ବଢିବାରେ ଲାଗିଛି । ସମସ୍ତଙ୍କ ଆଗ୍ରହ ରହିଛି ଏହି ଫିଲ୍ମର କାହାଣୀ କ’ ଣ ହୋଇପାରେ । ଏହି ପୋଷ୍ଟରରେ ଦେଖିବାକୁ ମିଳିଛି ଅମିତାଭ ବଚ୍ଚନ ମୁଣ୍ଡରେ ପଟ୍ଟି ବାନ୍ଧି ଏକ ଯୋଦ୍ଧା ଭାବରେ ଠିଆ ହୋଇଛନ୍ତି । ତାଙ୍କର ଏହି ଲୁକ ଫ୍ୟାନ୍ସ ମାନଙ୍କୁ ବହୁତ ପସନ୍ଦ ଆସିଛି । ଏହି ଫିଲ୍ମକୁ ନାଗ ଅଶ୍ୱିନୀ ଡାଇରେକ୍ଟ କରୁଛନ୍ତି । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଦିପିକା ପାଦୁକୋନ ଏବଂ ପ୍ରଭାସ ଏକା ସାଙ୍ଗରେ ନଜରକୁ ଆସିବେ । ଦିପିକା ଏବଂ ଅମିତାଭ ପୂର୍ବରୁ ୨୦୧୫ରେ ‘ପିକୁ’ ଫିଲ୍ମରେ କାମ କରି ସାରିଛନ୍ତି । ଏହି ଫିଲ୍ମଟି ସୁପର ନ୍ୟାଚୁରାଲ ବ୍ୟାଗରାଉଣ୍ଡ ଉପରେ ଆଧାରିତ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Next Post