ଦୀର୍ଘ ଦିନରୁ ‘ବର୍ଡର-୨’କୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ସ୍ପଷ୍ଟ ସୂଚନା ମିଳିଛି । ଖୁବଶୀଘ୍ର ୯୦ ଦଶକର ବ୍ଲକବଷ୍ଟର ସିନେମା ‘ବର୍ଡର’ର ସିକ୍ୱେଲର ଶୁଟିଙ୍ଗ ଆରମ୍ଭ ହେବାକୁ ଯାଉଛି ବୋଲି ଜଣାଯାଇଛି । ବହୁ ଦିନରୁ ଏହି ସିନେମା ପ୍ରସ୍ତୁତ କରିବା ପାଇଁ ଚାହୁଁଥିଲେ ମଧ୍ୟ ଅଭିନେତାଙ୍କ ସିନେମା ଫ୍ଲପ ହେଉଥିବାର କୌଣସି ରିସ୍କ ନେବାକୁ ଡରୁଥିଲେ ମେକର୍ସ । ତେବେ ଜାଣିବାକୁ ମିଳିଛି ଯେ, ସିନେମାର ମୁଖ୍ୟ ଅଭିନେତା ସନ୍ନି ଦେଓଲ ଏହି ଫିଲ୍ମ ପାଇଁ ସାଇନ୍ କରି ସାରିଛନ୍ତି । ‘ବର୍ଡର-୨’ ପାଇଁ ୫୦ କୋଟ ଟଭ୍କାର ଏକ ବଡ଼ ଡିଲ କରିଛନ୍ତି ସନ୍ନି । ଏହା ସହିତ ଫିଲ୍ମରେ ନିର୍ମାତାଙ୍କ ଲାଭରୁ ମଧ୍ୟ ସେ ଭାଗ ନେବେ ବୋଲି ଡିଲ କରିଥିବା ଜଣାଯାଇଛି ।ଏହି ସିନେମାକୁ ନେଇ ମେକର୍ସ କହିଛନ୍ତି ଯେ, ଏହା ଭାରତୀୟ ସିନେମାର ସବୁଠାରୁ ବଡ଼ ଯୁଦ୍ଧଭିତ୍ତିକ ସିନେମା ହେବ । ତେବେ ଆସନ୍ତା ୨୦୨୪ର ଦ୍ୱୀତିୟାର୍ଦ୍ଧରେ ଏହାର ଆରମ୍ଭ କରାଯିବ ବୋଲି କହିଛନ୍ତି ମେକର୍ସ । ଏହି ସିନେମାରେ ସନ୍ନି ଦେଓଲଙ୍କ ବ୍ୟତୀତ ଆୟୁଷ୍ମାନ ଖୁରାନା, ଏମୀ ୱିର୍କ ଏବଂ ସୁନୀଲ ଶେଟ୍ଟୀଙ୍କ ପୁଅ ଅହାନ ଶେଟ୍ଟୀ ମଧ୍ୟ ସାମିଲ ହୋଇପାରନ୍ତି ।
Trending
- ସାମୁଦ୍ରିକ ଝଡ଼ ‘ମନ୍ଥା’ : ଓଡ଼ିଶା ପାଇଁ ଟଳିଗଲା ବିପଦ
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
Prev Post
Next Post