ଫ୍ୟାନଙ୍କ ଘରେ ପହଞ୍ଚିଲେ ରଜନୀକାନ୍ତ
ସୁପରଷ୍ଟାର ରଜନୀକାନ୍ତଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଆମେରିକା ଫ୍ୟାନଙ୍କ ଘରକୁ ଯିବାର ଦେଖାଯାଉଛି । ଏହି ଭିଡିଓ ତାଙ୍କର ଆମେରିକା ଗସ୍ତ ସମୟରେ ସୁଟ କରାଯାଇଛି । ଏହି ସୁପରଷ୍ଟାର ଅଭିନୟ ବ୍ୟତୀତ ଉଦାର ବ୍ୟକ୍ତିତ୍ୱ ପାଇଁ ଜଣାଶୁଣା । ପରଦାରେ ସେ ଆକ୍ସନ ଅବତାରରେ ଦେଖାଯାଆନ୍ତି ହେଲେ ବାସ୍ତବିକ ଭାବେ ରଜନୀ କାନ୍ତ ବହୁତ ସାଧାରଣ ଭାବେ ଜୀବନ ଅତିବାହିତ କରନ୍ତି । ଭାଇରାଲ ଭିଡିଓରେ ମଧ୍ୟ ସେ ସିମ୍ପଲ ଲୁକରେ ନିଜ ଫ୍ୟାନଙ୍କ ଘରେ ପହଁଚିଛନ୍ତି । ଯେଉଁଠାରେ ତାଙ୍କୁ ଦେଖି ଫ୍ୟାନଙ୍କ ପରିବାର ସମସ୍ତ ସଦସ୍ୟଙ୍କ ଏକ୍ସସାଇଟମେଣ୍ଟ ବଢିଯାଇଛି ।ଏହି ଭିଡିଓରେ ରଜନୀକାନ୍ତ ଆମେରିକାରେ ଏକ ତାମିଲ ପରିବାର ସହ ଭେଟିବାକୁ ଯାଉଛନ୍ତି । ସେଠାରେ ସେ ଅଚାନକ ରାସ୍ତାରେ ବୁଲୁଥିବା ବେଳେ ଯାଇ ପହଁଚିଛନ୍ତି । ଅଭିନେତାଙ୍କୁ ଦେଖି ଫ୍ୟାନ ତାଙ୍କ ଘରକୁ ଡାକିଛନ୍ତି । ଯେପରି ରଜନୀକାନ୍ତ ସେଠାରେ ପହଁଚିଛନ୍ତି ସେଠାରେ ସେ ସେହି ଫ୍ୟାନଙ୍କ ପରିବାର ଲୋକଙ୍କୁ ପଚାରିଛନ୍ତି, ମୁଁ ଆପଣଙ୍କ ନିଦ ଖରାପ କରିଦେଲି କି? ଏହାପରେ ସେ ଘରେ ସମସ୍ତଙ୍କୁ ଅଭିବାଦନ ଜଣାଇଛନ୍ତି ଏବଂ ଘରେ ଥିବା ପିଲାମାନେ ତାଙ୍କୁ ଦେଖି ଖୁସି ହେଇଯାଇଛନ୍ତି ।