ଅମ୍ବାନୀ ପରିବାରରେ ଏବେ ଖୁସିର ମାହୋଲ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଓ ପତ୍ନୀ ନୀତା ଅମ୍ବାନୀଙ୍କ କନିଷ୍ଠ ପୁତ୍ର ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ସବୁଆଡ଼େ ଚର୍ଚ୍ଚା । ଆସନ୍ତା ଜୁଲାଇ ୧୨ ତାରିଖରେ ଅନନ୍ତ- ରାଧିକାଙ୍କ ବିବାହ ଉତ୍ସବ ଆୟୋଜିତ ହେବ । ଏହା ପୂର୍ବରୁ ପ୍ରି ୱେିଡିଂ ସେରିମନିକୁ ଦୁହେଁ ଖୁବ୍ ମସ୍ତି କରୁଥିବାର ନଜର ଆସିଛନ୍ତି । ଜୁଲାଇ ୫ରେ ସଂଗୀତ ସେରିମନି ଏବଂ ଜୁଲାଇ ୮ରେ ହଳଦୀ ସେରିମନି ଆୟୋଜିତ ହୋଇଥିଲା । ହଳଦୀ ସେରିମନିରେ ରାଧିକକା ମର୍ଚାଣ୍ଟଙ୍କ ଆଉଟଫିଟକୁ ନେଇ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବାରେ ଲାଗିଛି ।ଜାମନଗରରେ ତ୍ରିଦିବସୀୟ ପ୍ରି ୱେଡିଂ ଉତ୍ସବ ହେଉ କିମ୍ବା କୌଣସି କ୍ରୁଜ୍ ପାର୍ଟି, ହାଇ ପ୍ରୋଫାଇଲ ଫଙ୍କସନରେ ରାଧିକା ମର୍ଚାଣ୍ଟଙ୍କ ଲୁକକୁ ନେଇ ସବୁବେଳେ ଚର୍ଚ୍ଚା । ନିକଟରେ ସେ ନିଜ ହଳଦୀ ସେରିମନିରେ କୌଣସି ସୁନା, ହୀରା ପରି ଦାମି ଅଳଙ୍କାରରେ ତିଆରି ଓଢ଼ଣୀ ପିନ୍ଧି ନଥିଲେ । ରାଧିକା ଫୁଲରେ ତିଆରି ଓଢ଼ଣୀ ପିନ୍ଧିଥିଲେ ଯାହା ତାଙ୍କ ସୁନ୍ଦରତାକୁ ଆହୁରି ଦ୍ୱିଗୁଣିତ କରିଥିଲା । ଫୁଲରେ ତିଆରି ଏହି ପୋଷାକ ବିଶିଷ୍ଟ ଡିଜାଇନର ଅନାମିକା ଖନ୍ନା ଡିଜାଇନ୍ କରିଥିଲେ । ଏହି ଓଢ଼ଣୀରେ ଅସଲି ଫୁଲରେ ତିଆରି ହୋଇଥିଲା । ଏଥିରେ ମୋଗ୍ରା ଏବଂ ଗେଣ୍ଡୁ ଫୁଲ ବ୍ୟବହାର ହୋଇଥିଲା । ସତରେ ଏହି ଆଉଟଫିଟ୍ ପିନ୍ଧି ରାଧିକା ବହୁତ ସତେଜ ଦେଖାଯାଉଥିଲେ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post