ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ନିଜ ପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରି-ୱେଡିଂ ପାଇଁ ବେଶ୍ ଉତ୍ସାହିତ ଅଛନ୍ତି । ଏହି ସମାରୋହରେ ଦୁହେଁ ମଞ୍ଚରେ ସୁନ୍ଦର ଡ୍ୟାନ୍ସ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓରେ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ରାଜ କପୁରଙ୍କ ଆଇକନିକ ଗୀତ ‘ପ୍ୟାର ହୁଆ ଇକରାର୍ ହୁଆ’ ଗୀତରେ ଡ୍ୟାନ୍ସ କରୁଥିବାର ଦେଖି ପାଇଁ ମିଳିଥିଲା । ନୃତ୍ୟ ପରିବେଷଣ କରୁଥିବାବେଳେ ମୁକେଶ ଅମ୍ବାନୀ କୁର୍ତ୍ତା ଏବଂ ନୀତା ଅମ୍ବାନୀ ଶାଢି ପିନ୍ଧିଥିବାର ଦେଖିବା ପାଇଁ ମିଳିଥିଲା । ସେହିପରି ଅନନ୍ତ ତାଙ୍କ ପ୍ରେମିକା ରାଧିକାଙ୍କ ସହ ମଧ୍ୟ ସୁନ୍ଦର ଡ୍ୟାନ୍ସ କରିଥିଲେ ।ସେହିପରି ଏହି ଉତ୍ସବରେ ଦେଶ ବିଦେଶର ବହୁ ହାଇପ୍ରୋଫାଇଲ ଅତିଥି ଯଥା- ଇଭାଙ୍କା ଟ୍ରମ୍ପ, ବିଲ ଗେଟ୍ସ, ସୁନ୍ଦର ପିଚାଇ, ମାର୍କ ଜୁକରବର୍ଗ, ଭୁଟାନ ରାଣୀ, କାତାର ପ୍ରିନ୍ସ ସାମିଲ ହୋଇଥିଲେ । ଅନ୍ୟପଟେ ଦ୍ୱିତୀୟ ଦିନର କାର୍ୟ୍ୟକ୍ରମ ପାଇଁ ଜାମନଗରରେ ପହଁଞ୍ଚିଥିଲା ପୂରା ବଲିଉଡ଼ ଟିମ୍ । ତେବେ ଏଥିରେ ବଲିଉଡ଼ର ତିନି ‘ଖାନ’ ଅର୍ଥାତ୍ ଶାହାରୁଖ, ସଲମାନ ଓ ଆମୀର ଖାନଙ୍କ ଜଲୱା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଶାହାରୁଖ, ସଲମାନ ଓ ଆମୀରଙ୍କ ଧୁଆଁଧାର ଡ୍ୟାନ୍ସ ଦେଖିବାକୁ ମିଳିଛି । ବଲିଉଡ଼ର ଏହି ତିନି ଖାନ ‘ଆରଆରଆର’ ଫିଲ୍ମର ପ୍ରସିଦ୍ଧ ଗୀତ’ ନାଟୁ-ନାଟୁ’ରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ସେପଟେ ପ୍ରଥମ ଥର ପିତାମାତା ହେବାକୁ ଯାଉଥିବା ଦୀପିକା ପାଦୁକୋନ ଓ ରଣଭୀର ସିଂଙ୍କ ଡ୍ୟାନ୍ସ ମଧ୍ୟ ଦେଖିବାକୁ ମିଳିଥିଲା ।
Trending
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
Prev Post
Next Post