ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ନିଜ ପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରି-ୱେଡିଂ ପାଇଁ ବେଶ୍ ଉତ୍ସାହିତ ଅଛନ୍ତି । ଏହି ସମାରୋହରେ ଦୁହେଁ ମଞ୍ଚରେ ସୁନ୍ଦର ଡ୍ୟାନ୍ସ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓରେ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ରାଜ କପୁରଙ୍କ ଆଇକନିକ ଗୀତ ‘ପ୍ୟାର ହୁଆ ଇକରାର୍ ହୁଆ’ ଗୀତରେ ଡ୍ୟାନ୍ସ କରୁଥିବାର ଦେଖି ପାଇଁ ମିଳିଥିଲା । ନୃତ୍ୟ ପରିବେଷଣ କରୁଥିବାବେଳେ ମୁକେଶ ଅମ୍ବାନୀ କୁର୍ତ୍ତା ଏବଂ ନୀତା ଅମ୍ବାନୀ ଶାଢି ପିନ୍ଧିଥିବାର ଦେଖିବା ପାଇଁ ମିଳିଥିଲା । ସେହିପରି ଅନନ୍ତ ତାଙ୍କ ପ୍ରେମିକା ରାଧିକାଙ୍କ ସହ ମଧ୍ୟ ସୁନ୍ଦର ଡ୍ୟାନ୍ସ କରିଥିଲେ ।ସେହିପରି ଏହି ଉତ୍ସବରେ ଦେଶ ବିଦେଶର ବହୁ ହାଇପ୍ରୋଫାଇଲ ଅତିଥି ଯଥା- ଇଭାଙ୍କା ଟ୍ରମ୍ପ, ବିଲ ଗେଟ୍ସ, ସୁନ୍ଦର ପିଚାଇ, ମାର୍କ ଜୁକରବର୍ଗ, ଭୁଟାନ ରାଣୀ, କାତାର ପ୍ରିନ୍ସ ସାମିଲ ହୋଇଥିଲେ । ଅନ୍ୟପଟେ ଦ୍ୱିତୀୟ ଦିନର କାର୍ୟ୍ୟକ୍ରମ ପାଇଁ ଜାମନଗରରେ ପହଁଞ୍ଚିଥିଲା ପୂରା ବଲିଉଡ଼ ଟିମ୍ । ତେବେ ଏଥିରେ ବଲିଉଡ଼ର ତିନି ‘ଖାନ’ ଅର୍ଥାତ୍ ଶାହାରୁଖ, ସଲମାନ ଓ ଆମୀର ଖାନଙ୍କ ଜଲୱା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଶାହାରୁଖ, ସଲମାନ ଓ ଆମୀରଙ୍କ ଧୁଆଁଧାର ଡ୍ୟାନ୍ସ ଦେଖିବାକୁ ମିଳିଛି । ବଲିଉଡ଼ର ଏହି ତିନି ଖାନ ‘ଆରଆରଆର’ ଫିଲ୍ମର ପ୍ରସିଦ୍ଧ ଗୀତ’ ନାଟୁ-ନାଟୁ’ରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ସେପଟେ ପ୍ରଥମ ଥର ପିତାମାତା ହେବାକୁ ଯାଉଥିବା ଦୀପିକା ପାଦୁକୋନ ଓ ରଣଭୀର ସିଂଙ୍କ ଡ୍ୟାନ୍ସ ମଧ୍ୟ ଦେଖିବାକୁ ମିଳିଥିଲା ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post