ପ୍ରିୟଙ୍କାଙ୍କୁ ଅଭିଭାବକ ହେବାର ଶୁଭେଚ୍ଛା ଜଣାଇ:ମଜାଦାର ପୋଷ୍ଟ କଲେ ଅନୁଷ୍କା

ପ୍ରିୟଙ୍କାଙ୍କୁ ଅଭିଭାବକ ହେବାର ଶୁଭେଚ୍ଛା ଜଣାଇ:ମଜାଦାର ପୋଷ୍ଟ କଲେ ଅନୁଷ୍କା

ମେଟ୍ରୋ ଟିଭି ଓଡିଶା,୨୭/୧ : ନିକଟରେ ପିତା-ମାତା ହେଇଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନାସ । ସେମାନେ ସରୋଗେସି ଜରିଆରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏ ନେଇ ଶନିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ଯେଉଁଥିରେ ତାଙ୍କୁ ବଲିଉଡ୍ ଠାରୁ ଆରମ୍ଭ କରି ହଲିଉଡ୍ ଯାଏଁ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ହେଲେ ସମସ୍ତଙ୍କ ମଧ୍ୟରେ ଅଭିନେତ୍ରୀ ଅନୁଷ୍କା ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇବା ସହ ମଜାଳିଆ ଢଙ୍ଗରେ କମେଣ୍ଟ ଦେଇଥିଲେ ।

ତାଙ୍କ କମେଣ୍ଟ ଉପରେ ସମସ୍ତଙ୍କ ଆଖି ପଡିଥିଲା । ତେବେ ଅଭିନେତ୍ରୀଙ୍କ ଏହି କମେଣ୍ଟ ତାଙ୍କ ବ୍ୟକ୍ତିଗତ ଅନୁଭୂତି ଦ୍ୱାରା ଅନୁପ୍ରାଣୀତ ହୋଇଥିବା ନେଇ ଜଣାପଡ଼ିଛି। ଅନୁଷ୍କା ତାଙ୍କୁ ଇନ୍ଷ୍ଟାଗ୍ରାମରେ ପୋଷ୍ଟ୍ରେ ଏକ ନୋଟ୍ରେ ଲେଖିଛନ୍ତି କି, ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ଙ୍କୁ ବହୁତ ବହୁତ ଅଭିନନ୍ଦନ। ରାତିରେ ନିଦ ହଜିବା ପାଇଁ ପ୍ରସ୍ତୁତ ହୁଅ । ଅପୂର୍ବ ଆନନ୍ଦ ସହ ପ୍ରେମ । ମୋ ତରଫରୁ କୁନି ପିଲାଟିକୁ ବହୁତ ଭଲପାଇବା। ଅନୁଷ୍କାଙ୍କ ଏହି ପୋଷ୍ଟକୁ ପ୍ରଶଂସକମାନେ ବି ଖୁବ୍ ପସନ୍ଦ କରିଛନ୍ତି।