ପରଲୋକରେ ବରିଷ୍ଠ ଅଭିନେତା ଚକ୍ରଧର
ବରିଷ୍ଠ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ। ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିବା ଜଣାପଡିଛି। ଚିକିତ୍ସା ପାଇଁ ସେ ଭୁବନେଶ୍ୱର ଏମ୍ସର ICU ରେ ଭର୍ତ୍ତି ହୋଇଥିଲେ କିନ୍ତୁ ସେଠାରେ ତାଙ୍କର ଦେହାନ୍ତ ଘଟିଥିବା ସୂଚନା ମିଳିଛି । ତେବେ ଚକ୍ରଧରଙ୍କ ପରି ଜଣେ ବରିଷ୍ଠ କଳାକାରଙ୍କୁ ହରାଇଛି ଓଡ଼ିଆ ସିନେ ଜଗତ। ଚକ୍ରଧର ନିଜର ଅଭିନୟ ପାଇଁ ଓଡ଼ିଆ ସିନେ ଜଗତରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲେ। ଅନେକ ସିନେମାରେ ସେ ଖଳନାୟକ ଭାବେ ଅଭିନୟ କରି ଦର୍ଶକଙ୍କ ମନ ଜିତି ପାରିଥିଲେ। ଚକ୍ରଧରଙ୍କ ଦେହାନ୍ତକୁ ନେଇ ସବୁଠି ଶୋକର ଛାୟା ଖେଳିଯାଇଛି ।