ସାଉଥ ସୁପରଷ୍ଟାର ରାମ ଚରଣଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ସେ ୨୦୧୨ମସିହାରେ ଉପସାନା କୋମିନେନିଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ସୁପରଷ୍ଟାର ତାଙ୍କ ପତ୍ନୀ ଉପସାନାଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ରାମ ଚରଣ ପ୍ରକାଶ କରିଛନ୍ତି ଯେ, ଉପାସନା, ଅଭିନେତ୍ରୀଙ୍କ ସହିତ ମୋର ଅନ୍-ସ୍କ୍ରିନ୍ ରୋମାନ୍ସ ଦେଖି ଈର୍ଷା କରୁଥିଲେ।ମସାଲାକୁ ଦେଇଥିବା ଏକ ସାକ୍ଷାତକାରରେ ରାମ ଚରଣ କହିଛନ୍ତି “ମୋର ମୋ ମା’ଙ୍କ ସହ ଥିବା ସମ୍ପର୍କକୁ ଦେଖି ପ୍ରଥମେ ପ୍ରଥମେ ଉପାସାନା ଈର୍ଷା କରୁଥିଲେ। ଏମିତି କି ଫିଲ୍ମରେ କିଛି ରୋମାଣ୍ଟିକ୍ ଦୃଶ୍ୟ ଦେଖିବା ପରେ ବି ସେ ଈର୍ଷା କରିବା ଆରମ୍ଭ କରୁଥିଲେ। ପରେ ସମୟ ସହ ସେ ଆମ ପରିବାର ଓ ମୋ କାମକୁ ବୁଝିପାରିଲେ। ମୁଁ ଭାବୁଥିଲି ସେ କେବେ ବି ମୋ କାମକୁ ବୁଝିପାରିବେ ନାହିଁ। ହେଲେ ସେ ମୋତେ ଭୁଲ ପ୍ରମାଣିତ କଲେ।”ଏହା ପୂର୍ବରୁ ଉପାସନା ଏକ ସାକ୍ଷାତକାରରେ କହିଥିଲେ ଯେ, ପ୍ରଥମେ ଫିଲ୍ମରେ ତାଙ୍କର ଅନ୍ୟ ଅଭିନେତ୍ରୀଙ୍କ ସହ ରୋମାଣ୍ଟିକ୍ ଦୃଶ୍ୟ ଦେଖିଲେ ମୁଁ ଚିଡ଼ିଯାଉଥିଲି। ତାଙ୍କୁ ପଚାରୁଥିଲି ଯେ, ଏଭଳି କରିବା କ’ଣ ଜରୁରୀ ଥିଲା। ଏହା ଶୁଣି ସେ ମୋତେ କହୁଥିଲେ, ଦୟାକରି ମୋତେ ଓ ମୋ କାମକୁ ବୁଝ। ଏସବୁ କରିବାକୁ ପଡେ। ତଥାପି ସେସବୁକୁ ଗ୍ରହଣ କରିବା ମୋ ପାଇଁ ସହଜ ନଥିଲା। କିନ୍ତୁ ମୁଁ ସମୟ ସହ ସବୁ ବୁଝିଲି ଏବଂ ଜାଣିଲି।”
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post