ନେହାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ତାଙ୍କ ସ୍ବାମୀ
କଣ୍ଠଶିଳ୍ପୀ ନେହା କକଡ ତାଙ୍କର ୩୬ତମ ଜନ୍ମଦିବସ ପାଳନ କରିଛନ୍ତି। ପ୍ରଶଂସକ ଓ ଇଣ୍ଡଷ୍ଟ୍ରିର ଅନେକ କଳାକାର ନେହାଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।ଏହି ଅବସରରେ ନେତାଙ୍କ ପତି ରୋହନପ୍ରୀତ ସିଂହ ପତ୍ନୀଙ୍କ ଉପରେ ପ୍ରେମ ଓଜାଡ଼ି ଦେଇଛନ୍ତି। ସେ ନେହାଙ୍କର ନିଜର ରୋମାଣ୍ଟିକ୍ ଫଟୋ ସେୟାର କରିବା ସହ ବଡ଼ ମଜାଦାର୍ ଜନ୍ମଦିନ ଶୁଭେଚ୍ଛା ଲେଖିଛନ୍ତି।ପୋଷ୍ଟ୍ରେ ଲେଖିଛନ୍ତି, ‘‘ମୋ ପତ୍ନୀ ୧୬ ବର୍ଷର ହୋଇଗଲେ। ଦୁନିଆର ସବୁଠାରୁ ସୁନ୍ଦର ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା। ମୁଁ ତୁମକୁ ଖୁବ୍ ଭଲପାଏ।’’ ପତିଙ୍କ ଏହି ପ୍ରେମ ଭରା ପୋଷ୍ଟ୍ର ନେତା ବି ଜବାବ ଦେଇଛନ୍ତି। ନେହା ଲେଖିଛନ୍ତି, ‘‘ହା ହା ହା। ମୁଁ ସୁଇଟ୍ ୧୬ (ସିକ୍ଷ୍ଟିନ୍)। ଲଭ୍ ୟୁ ଝଲେ।’’ ଫଟୋରେ ନେତା ଓ ରୋହନପ୍ରୀତି ପରସ୍ପରଙ୍କୁ କେବେ ଆଲିଙ୍ଗନ କରୁଛନ୍ତି ତ କେବେ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି।