ନିର୍ବାଚନ ଲଢ଼ିବେ କଙ୍ଗନା
ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ନିର୍ବାଚନ ଲଢ଼ିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏବେ ତାଙ୍କ ବାପା ଏହି ଚର୍ଚ୍ଚା ଉପରେ ପୁନଃଚ୍ଛେଦ ପକାଇ ଦେଇଛନ୍ତି। କଙ୍ଗନାଙ୍କ ବାପା ଝିଅ ଲୋକସଭା ନିର୍ବାଚନ ଲଢ଼ିବା କଥା ସ୍ପଷ୍ଟ କରିଛନ୍ତି। ତେବେ ଝିଅ କଙ୍ଗନା କେଉଁ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ତାହା ବିଜେପି ସ୍ଥିର କରିବ।