ଫିଲ୍ମ ‘ସ୍ତ୍ରୀ୨’ ସିନେମା ହଲରେ ଧମାଲ କରୁଛି। ଏଥିସହ ରୋଜଗାର ମାମଲାରେ ଇତିହାସ ରଚିଛି। ଏହି ହରର କମେଡି ଫିଲ୍ମ ରିଲିଜର ପୂର୍ବ ଦିନ ବକ୍ସ ଅଫିସରେ ରାଜ କରିଆସୁଛି। ଏହାରି ମଧ୍ୟରେ ଅନେକ ଫିଲ୍ମ ଆସିଛି ହେଲେ ‘ସ୍ତ୍ରୀ୨’ ଭଳି ଫିଲ୍ମ ହଲରେ ଏତେ ଭଳ ରୋଜଗାର କରିନାହିଁ। ବର୍ତ୍ତମାନ ଚତୁର୍ଥ ସପ୍ତାହରେ ଏଣ୍ଟ୍ରୀ କରିବା ପରେ ଏହି ଫିଲ୍ମ ଆଉ ଏକ କମାଲ କରିଛି। ତେବେ ଆସନ୍ତୁ ଜାଣିବା ୨୨ ଦିନରେ ଏହି ଫିଲ୍ମ କେତେ ଟଙ୍କା ରୋଜଗାର କରିଛି।‘ସ୍ତ୍ରୀ୨’ ରିଲିଜ ହେବାର ପ୍ରଥମ ସପ୍ତାହରେ ୨୯୧.୬୫ କୋଟି ଏବଂ ଦ୍ୱିତୀୟ ସପ୍ତାହରେ ୧୪୧.୧ କୋଟିର କଲେକ୍ସନ କରିଥିଲା। ସେହିପରି ତୃତୀୟ ସପ୍ତାହର ତୃତୀୟ ଶୁକ୍ରବାର ଦିନ ଫିଲ୍ମ ୮.୫ କୋଟି, ତୃତୀୟ ଶନିବାର ଦିନ ୧୬.୫ କୋଟି ଏବଂ ତୃତୀୟ ରବିବାର ୨୨ କୋଟି କମାଇଛି। ସେହିପରି ତୃତୀୟ ସୋମବାରରେ ଫିଲ୍ମଟି ୬.୭୫ କୋଟି, ତୃତୀୟ ମଙ୍ଗଳବାର ୫.୫ କୋଟି ଏବଂ ତୃତୀୟ ବୁଧବାର ଦିନ ୫.୬ କୋଟି ଏବଂ ତୃତୀୟ ବୁଧାବର ଦିନ ୫.୬ କୋଟିର କଲେକ୍ସନ କରିଥିଲା। ସେହିପରି ବର୍ତ୍ତମାନ ବର୍ତ୍ତମାନ ଫିଲ୍ମଟି ରିଲିଜର ତୃତୀୟ ଗୁରୁବାର ଦିନ ୫ କୋଟି ଟଙ୍କାର କଲେକ୍ସନ କରିବା ସହ ସମୁଦାୟ ୫୦୨.୯୦ କୋଟି ଟଙ୍କା ରୋଜଗାର କରିଛି। ତେବେ ସ୍ତ୍ରୀ୨ ସନୀ ଦେଓଲଙ୍କ ଗଦର୨(୫୨୫.୭) ର ଲାଇଫଟାଇମ କଲେକ୍ସନର ରେକର୍ଡ ଭାଙ୍ଗିବାକୁ ଆଉ ଅଳ୍ପ କିଛି ସଂଖ୍ୟା ରହିଛି।
Trending
- ନିୟୁ ସିଟିକୁ କ୍ୟାବିନେଟ ମୋହର
- ସାରା ଦେଶରେ ଜାଲି ଭୋଟର କାର୍ଡ ଯାଞ୍ଚ ହେବ
- ସୁଭଦ୍ରା ଯୋଜନା ଟଙ୍କା ମିଳୁନଥିଲେ ପୁଣି ଆବେଦନ କରିପାରିବେ
- ବିଜେଡି ଛାଡୁଛନ୍ତି ଅସନ୍ତୁଷ୍ଟ ବରିଷ୍ଠ ନେତା
- ଅସନ୍ତୁଷ୍ଟ ନେତାଙ୍କ ଉପରେ ବର୍ଷିଲେ ମନ୍ମଥ, ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର
- ୪ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀସ୍ତରରେ ଅଦଳବଦଳ
- ଆସୁଛି ଆଉ ଏକ ଲଘୁଚାପ
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
Next Post