ଫିଲ୍ମ ‘ସ୍ତ୍ରୀ୨’ ସିନେମା ହଲରେ ଧମାଲ କରୁଛି। ଏଥିସହ ରୋଜଗାର ମାମଲାରେ ଇତିହାସ ରଚିଛି। ଏହି ହରର କମେଡି ଫିଲ୍ମ ରିଲିଜର ପୂର୍ବ ଦିନ ବକ୍ସ ଅଫିସରେ ରାଜ କରିଆସୁଛି। ଏହାରି ମଧ୍ୟରେ ଅନେକ ଫିଲ୍ମ ଆସିଛି ହେଲେ ‘ସ୍ତ୍ରୀ୨’ ଭଳି ଫିଲ୍ମ ହଲରେ ଏତେ ଭଳ ରୋଜଗାର କରିନାହିଁ। ବର୍ତ୍ତମାନ ଚତୁର୍ଥ ସପ୍ତାହରେ ଏଣ୍ଟ୍ରୀ କରିବା ପରେ ଏହି ଫିଲ୍ମ ଆଉ ଏକ କମାଲ କରିଛି। ତେବେ ଆସନ୍ତୁ ଜାଣିବା ୨୨ ଦିନରେ ଏହି ଫିଲ୍ମ କେତେ ଟଙ୍କା ରୋଜଗାର କରିଛି।‘ସ୍ତ୍ରୀ୨’ ରିଲିଜ ହେବାର ପ୍ରଥମ ସପ୍ତାହରେ ୨୯୧.୬୫ କୋଟି ଏବଂ ଦ୍ୱିତୀୟ ସପ୍ତାହରେ ୧୪୧.୧ କୋଟିର କଲେକ୍ସନ କରିଥିଲା। ସେହିପରି ତୃତୀୟ ସପ୍ତାହର ତୃତୀୟ ଶୁକ୍ରବାର ଦିନ ଫିଲ୍ମ ୮.୫ କୋଟି, ତୃତୀୟ ଶନିବାର ଦିନ ୧୬.୫ କୋଟି ଏବଂ ତୃତୀୟ ରବିବାର ୨୨ କୋଟି କମାଇଛି। ସେହିପରି ତୃତୀୟ ସୋମବାରରେ ଫିଲ୍ମଟି ୬.୭୫ କୋଟି, ତୃତୀୟ ମଙ୍ଗଳବାର ୫.୫ କୋଟି ଏବଂ ତୃତୀୟ ବୁଧବାର ଦିନ ୫.୬ କୋଟି ଏବଂ ତୃତୀୟ ବୁଧାବର ଦିନ ୫.୬ କୋଟିର କଲେକ୍ସନ କରିଥିଲା। ସେହିପରି ବର୍ତ୍ତମାନ ବର୍ତ୍ତମାନ ଫିଲ୍ମଟି ରିଲିଜର ତୃତୀୟ ଗୁରୁବାର ଦିନ ୫ କୋଟି ଟଙ୍କାର କଲେକ୍ସନ କରିବା ସହ ସମୁଦାୟ ୫୦୨.୯୦ କୋଟି ଟଙ୍କା ରୋଜଗାର କରିଛି। ତେବେ ସ୍ତ୍ରୀ୨ ସନୀ ଦେଓଲଙ୍କ ଗଦର୨(୫୨୫.୭) ର ଲାଇଫଟାଇମ କଲେକ୍ସନର ରେକର୍ଡ ଭାଙ୍ଗିବାକୁ ଆଉ ଅଳ୍ପ କିଛି ସଂଖ୍ୟା ରହିଛି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Next Post