ଦେବରା’ର ନୂଆ ରିଲିଜ୍ ଡେଟ୍
ସାଉଥ ସୁପରଷ୍ଟାର ଜୁନିୟର ଏନଟିଆର ଏବଂ ଜାହ୍ନବୀ କପୁର ଆଜିକାଲି ନିଜର ବହୁ ପ୍ରତୀକ୍ଷିତ ଫିଲ୍ମ ଦେବରା ପାର୍ଟ-୧କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଷ୍ଟାରଙ୍କ ଏହି ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଛି, ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି। ପ୍ରଶଂସକମାନେ ଏବେ ଏହାର ରିଲିଜ୍ କୁ ଅପେକ୍ଷା କରିଛନ୍ତି। ପୂର୍ବରୁ ଏହି ଫିଲ୍ମ ଏପ୍ରିଲ ୫ରେ ରିଲିଜ ହେବାର ଥିଲା। କିନ୍ତୁ ଏହାର ରିଲିଜ୍ ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ସେପଟେ ଏବେ ଏହାର ନୂଆ ରିଲିଜ ଡେଟ ସାମ୍ନାକୁ ଆସିଛି।ଦେବରା ପାର୍ଟ-୧ର ନୂଆ ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଜୁନିୟର ଏନଟିଆର ଏବଂ ନିଜେ ନିର୍ମାତା ମାନେ ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି । ଅଭିନେତା ତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମର ଏକ ଦମଦାର ପୋଷ୍ଟର ସେୟାର କରିଛନ୍ତି। ଏହି ପୋଷ୍ଟରରେ ଫିଲ୍ମର ନୂଆ ରିଲିଜ ଡେଟ ଲେଖାଯାଇଛି। ଏହା ଅନୁଯାୟୀ ଜୁନିୟର ଏନଟିଆରଙ୍କ ଫିଲ୍ମ ଅକ୍ଟୋବର ୧୦ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି।