ଦି କେରଳ ଷ୍ଟୋରି ୫୦ କୋଟିରୁ ଅଧିକ ବ୍ୟବସାୟ କରିଛି

ମୁମ୍ବାଇ:  ଦି କେରଳ ଷ୍ଟୋରିକୁ ନେଇ ଦର୍ଶକଙ୍କ ମଧ୍ୟରେ ଭଲ ରେସପନସ ମିଳୁଛି । କରୋନା ପରେ ଫିଲ୍ମ ଶିଳ୍ପ ମାନ୍ଦା ଚାଲୁଥିବା ବେଳେ ଏହି ଫିଲ୍ମ ଭଲ ବ୍ୟବସାୟ କରୁଛି । କମ ବଜେଟରେ ନିର୍ମାଣ ହୋଇଥିବା  ଏହି ଫିଲ୍ମ ଭଲ ବିଜିନେସ କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ଲୋକେ ଏହାକୁ ପସନ୍ଦ କରୁଥିବାରୁ  ହିନ୍ଦୀ ଫିଲ୍ମ ‘ ଦି କେରଳ ଷ୍ଟୋରୀ’  ଗତ ୫ ଦିନ ମଧ୍ୟରେ  ୫୦ କୋଟିରୁ ଅଧିକ ବ୍ୟବସାୟ କରିଛି । ମଧ୍ୟପ୍ରଦେଶ ପରେ ଏବେ ଉତ୍ତରପ୍ରଦେଶରେ ବି ସିନେମାକୁ ଟ୍ୟାକ୍ସ ଫ୍ରି କରାଯାଇଥିବାରୁ ଦର୍ଶକମାନେ କମ ଟଙ୍କାରେ ଫିଲ୍ମ ଦେଖିପାରୁଛନ୍ତି । ସିନେମାର କାହାଣୀ, ମ୍ୟୁଜିକ ଲୋକଙ୍କୁ ଆକୃଷ୍ଟ କରୁଛି । ଏହି ସିନେମାରେ ଝିଅମାନଙ୍କ ବ୍ରେନ ଓ୍ବାସ କରି ଅନ୍ୟ ଧର୍ମକୁ ଧର୍ମାନ୍ତରୀଣ କରାଯାଇ ଆତଙ୍କବାଦୀମାନେ ନିର୍ଯାତନା ଦେଉଥିବା ଦର୍ଶାଯାଇଛି । ଭାରତରେ ମହିଳା ନିଖୋଜ ମାମଲା ବୃଦ୍ଧି ପାଉଥିବା ବେଳେ ଏହି ଫିଲ୍ମ ସମସ୍ତଙ୍କ ପାଇଁ ଶିକ୍ଷଣୀୟ ହୋଇଥିବା ଦର୍ଶକମାନେ କହୁଛନ୍ତି ।