ଦି କେରଳ ଷ୍ଟୋରିକୁ ପ୍ରଶଂସା କଲେ ଶବାନା ଆଜମି

ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ଫିଲ୍ମ ଦି କେରଳ ଷ୍ଟୋରିକୁ ନେଇ ସୋସିଆଲ ମିଡିଆ ଏବେ ଦିଫାଳ । କିଏ କହୁଛି ଫିଲ୍ମକୁ ବ୍ୟାନ କର ତ କିଏ କହୁଛି ଫିଲ୍ମ ସତ୍ୟକୁ ଉଜାଗର କରିଛି । ଦୁଇ ଦିନ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। କିଛି କଳାକାର ଏହି ଫିଲ୍ମକୁ ପ୍ରଶଂସା କରିଛନ୍ତି କିଛି ଏହାକୁ ପ୍ରୋପାଗଣ୍ଡା କହୁଛନ୍ତି । ପ୍ରଶଂସକ ମଧ୍ୟରେ ଶବାନା ଆଜମୀ ଆଗକୁ ଆସି ଟୁଇଟ କରି ପ୍ରଶଂସା କରିଛନ୍ତି ।

ଶବାନା ଆଜମୀ ଫିଲ୍ମକୁ ସମର୍ଥନ କରି କହିଛନ୍ତି ଯେଉଁମାନେ କେରଳ ଷ୍ଟୋରିକୁ  ବ୍ୟାନ କରିବା ପାଇଁ କହୁଛନ୍ତି, ସେମାନେ ଭୁଲ ନିଷ୍ପତ୍ତି ନେଉଛନ୍ତି , ସେମାନେ କଳାକାରଙ୍କ କ୍ଷତି କରୁଛନ୍ତି ।  ଆମୀର ଖାନଙ୍କ ଫିଲ୍ମ ଲାଲ ସିଂ ଚଢାକୁ ବ୍ୟାନ୍ କରିବା ପାଇଁ ଏଭଳି ଡିମାଣ୍ତ କରି ସେମାନେ ଏକ ବିରାଟ ବଡ ଭୁଲ ନିଷ୍ପତ୍ତି ନେଇଥିଲେ । ଏହା ଦ୍ବାରା ଶିଳ୍ପ ପ୍ରଭାବିତ ହେବ ।  ଏକ ଚଳଚ୍ଚିତ୍ର ସେନ୍ସର ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍ ପାଇବା ପରେ, ଏଥିରେ ଅନ୍ୟ କୌଣସି ସମ୍ବିଧାନର ଭୂମିକା ନାହିଁ । ଏହାକୁ ବିରୋଧ କରିବାର ଆବଶ୍ୟକତା ନାହିଁ । ଏହି ଚଳଚ୍ଚିତ୍ରଟି ଓପନିଂ ଡେ’ରେ ଭଲ ଆୟ କରିଛି । ପ୍ରଥମ ଦିନ ୮ କୋଟି ସଂଗ୍ରହ କରିଛି ​​। ଦ୍ୱିତୀୟ ଦିନରେ ଏହା ୧୨ କୋଟିରୁ ଅଧିକ ବ୍ୟବସାୟ କରିଛି । ତୃତୀୟ ଦିନରେ ଏହା ପ୍ରେକ୍ଷାଳୟରେ ୧୬ କୋଟିରୁ ଅଧିକ ବ୍ୟବସାୟ କରିଛି ଏହି ବିବାଦୀୟ ଫିଲ୍ମ । ଏପର୍ଯ୍ୟନ୍ତ ମୋଟ ୩୫ କୋଟିର ବ୍ୟବସାୟ କରିସାରିଲାଣି ଏହି ଫିଲ୍ମ । ଆଗାମୀ ଦିନରେ ଫିଲ୍ମର ଆୟ ଆହୁରି ବଢିବ ବୋଲି ଆଶା କରାଯାଉଛି ।।ତେବେ ଏହି ଫିଲ୍ମକୁ ନେଇ ସାରା ଦେଶରେ ବିବାଦ ଲାଗି ରହିଛି ।