ଜ୍ୟାକଲିନଙ୍କ ବିରୋଧରେ ଏକ ଚାଞ୍ଚଲ୍ୟକର ଦାବି

ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି।ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିଷୟରେ ସବୁକିଛି ଜାଣିବି ତାଙ୍କ ସହ ଜଡ଼ିତ ଥିଲେ। ଚନ୍ଦ୍ରଶେଖର ଦେଉଥିବା ଉପହାର ସବୁ ଠକେଇ ପଇସାର ଥିବା ବି ଅଭିନେତ୍ରୀ ଜାଣିଥିଲେ। ଏହାପରେ ବି ଜ୍ୟାକଲିନ ସେ ସମସ୍ତ ଉପହାରକୁ ସ୍ବୀକାର କରିଥିଲେ। ଆଜି ପର୍ଯ୍ୟନ୍ତ ଜ୍ୟାକଲିନ ଚନ୍ଦ୍ରଶେଖର ଠାରୁ କ’ଣ କ’ଣ ଉପହାର ନେଇଛନ୍ତି ସ୍ପଷ୍ଟ ଭାବେ ଜଣାଇନାହାନ୍ତି। ଯେପର୍ଯ୍ୟନ୍ତ ପ୍ରମାଣ ମିଳି ନଥାଏ ସେ ସମସ୍ତ କଥାକୁ ଲୁଚାଇ ରଖିଥାଆନ୍ତି। ଏବେ ସବୁ କଥାକୁ ସୁକେଶ ଗୋଟିଗୋଟି କରି ସାମ୍ନାକୁ ଆଣିବା ପରେ ଜ୍ୟାକଲିନ ଏ‌ବେ ତାଙ୍କ ସହିତ ଆଉ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନାହାନ୍ତି।