ବଲିଉଡ୍ ସେଲିବ୍ରିଟିମାନେ ଅଭିନୟ ସହ ବିଭିନ୍ନ ବ୍ୟବସାୟରେ ମଧ୍ୟ ଅର୍ଥ ବିନିଯୋଗ କରିଛନ୍ତି। କେତେକ ଖାଦ୍ୟ ପ୍ରତି ଭଲପାଇବା ହେତୁ ହେଉ କିଂବା ଅନ୍ୟ କାରଣରୁ ଦେଶ ବିଦେଶରେ ରେସ୍ତୋରାଁ ଖୋଲିଛନ୍ତି। କଳାକାରରୁ ରେସ୍ତୋରାଁ ମାଲିକ ବନିଥିବା ଅଭିନେତ୍ରୀଙ୍କ ତାଲିକା ବି ଛୋଟ ନୁହେଁ। ବଲିଉଡ୍ର ଲୋକପ୍ରିୟ ଚେହେରା ରାକୁଲ୍ ପ୍ରୀତ୍ ସିଂହ ନିକଟରେ ‘ଆରମ୍ଭ’ ନାମରେ ଏକ ରେସ୍ତୋରାଁ ଖୋଲିଛନ୍ତି। ହାଇଦ୍ରାବାଦରେ ନୂଆ କରି ଖୋଲିଥିବା ଏହି ରେସ୍ତୋରାଁରେ ସେ ‘ମିଲେଟ୍’ ବା ମାଣ୍ଡିଆ ଜାତୀୟ ଶସ୍ୟରେ ପ୍ରସ୍ତୁତ ଖାଦ୍ୟ ଉପରେ ବେଶ୍ ଗୁରୁତ୍ବ ଦେଇଛନ୍ତି। ରାକୁଲ୍ଙ୍କ ପରି ଅଭିନେତ୍ରୀ ସନ୍ନି ଲିଓନି ବି ଏକ ରେସ୍ତୋରାଁ ଖୋଲିଛନ୍ତି। ସେ ଏହାର ନାମ ରଖିଛନ୍ତି ‘ଚିକା ଲୋକା’। ଉତ୍ତର ପ୍ରଦେଶର ନୋଇଡ଼ାରେ ଖୋଲିଥିବା ତାଙ୍କର ଏହି ରେସ୍ତୋରାଁକୁ ସେ ପରବର୍ତ୍ତୀ ସମୟରେ ହାଇଦ୍ରାବାଦ୍, ଗୋଆ ଓ ପଞ୍ଜାବରେ ଖୋଲିବାର ଯୋଜନା କରିଛନ୍ତି। ସନ୍ନିଙ୍କ ରେସ୍ତୋରାଁରେ ଏସୀୟ ଖାଦ୍ୟର ବିଶେଷ ଗୁରୁତ୍ବ ରହିଛି।
ସେହିପରି ଯୋଗ କୁଇନ୍ ଶିଳ୍ପା ସେଟ୍ଟୀ ‘କ୍ଲବ୍ ରୟାଲିଟି’ ନାମରେ ଏକ ରେସ୍ତୋରାଁର ମାଲିକାଣୀ।ମୁମ୍ବାଇରେ ଖୋଲିଥିବା ଏହି ରେସ୍ତୋରାଁଟି ବିଶେଷ କରି ଗ୍ରାହକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ‘ହେଲ୍ଦି ଫୁଡ୍’ ପରଷିଥାଏ। ଉଲ୍ଲେଖଯୋଗ୍ୟ କଥାଟି ହେଲା ଏହି ରେସ୍ତୋରାଁର ସବୁକିଛି ବୁଝାବୁଝି ନିଜେ ଶିଳ୍ପା କରନ୍ତି। ‘ନାଗିନ୍’ ଫେମ୍ ମୌନୀ ରୟ ଓ ସୁପର୍ଷ୍ଟାର୍ ଶାହରୁଖ୍ ଖାନ୍ଙ୍କ ପତ୍ନୀ ତଥା ଇଣ୍ଟିରିୟର୍ ଡିଜାଇନର୍ ଗୌରୀ ଖାନ୍ ବି ଏହି ତାଲିକାରେ ନିଜ ନାମ ଲେଖାଇ ସାରିଛନ୍ତି। ମୌନୀଙ୍କ ରେସ୍ତୋରାଁର ନାମ ‘ବଦ୍ମାସ୍’ ଓ ଗୌରୀଙ୍କ ରେସ୍ତୋରାଁର ନାମ ‘ଟ୍ରୋଇ’। ସେହିପରି ଅଭିନେତ୍ରୀ ପେରିଜାଦ୍ ଜୋରାବିଆନ୍ଙ୍କର ମୁମ୍ବାଇରେ ‘ଗୋଣ୍ଡୋଲା’ ନାମରେ ଏକ ରେସ୍ତୋରାଁ ରହିଛି। ବଲିଉଡ୍ରୁ ହଲିଉଡ୍ ଯାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବି ନିକଟରେ ରେସ୍ତୋରାଁ ବ୍ୟବସାୟରେ ପାଦ ରଖିସାରିଛନ୍ତି। ସେ ନ୍ୟୁୟର୍କରେ ‘ସୋନା’ ନାମରେ ଏକ ଭାରତୀୟ ରେସ୍ତୋରାଁ ଖୋଲିଛନ୍ତି। ଏଠାରେ ସ୍ବାସ୍ଥ୍ୟପ୍ରଦ ଭାରତୀୟ ଖାଦ୍ୟ ପରଷା ଯାଉଛି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post