ପୁଣି ଥରେ ନିଜ କ୍ୟାରିୟରକୁ କମବ୍ୟାକ କରିବେ ରିୟା ଚକ୍ରବର୍ତ୍ତୀ । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିୟା ଚକ୍ରବର୍ତ୍ତୀଙ୍କୁ ୨୮ ଦିନ ଜେଲରେ ରହିବାକୁ ପଡିଥିଲା । ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ଆସିଥିଲା ଯେ ସେ ସ୍ୱର୍ଗତ ଅଭିନେତାଙ୍କ ପାଇଁ ଡ୍ରଗ୍ କିଣୁଥିଲେ । ଏଥି ସହିତ ସୁଶାନ୍ତଙ୍କ ପରିବାର ସଦସ୍ୟ ଅଭିଯୋଗ କରିଥିଲେ ଯେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟା ଦାୟୀ । ତେବେ ବର୍ତ୍ତମାନ ଆସନ୍ତୁ ସେହି ସାକ୍ଷାତକାରକୁ ଆସିବା ଯେଉଁଥିରେ ରିୟା ଜେଲରେ ରହିବା ସମୟର ଅନୁଭୂତି ବିଷୟରେ କହିଥିଲେ । ରିୟା କହିଛନ୍ତି ଯେ ଜେଲରେ ରହୁଥିବା ବ୍ୟକ୍ତିଙ୍କୁ ଏକ ନମ୍ବର କୋଡ ମିଳିଥାଏ , ଯାହା ଦ୍ୱାରା ତାଙ୍କୁ ଚିହ୍ନିତ କରାଯାଇଥାଏ ।
ଜଣେ ଜେଲରେ ଏଥିପାଇଁ ଥାଏ କାରଣ ସମାଜ ତାଙ୍କୁ ପ୍ରତ୍ୟାଖ୍ୟାନ କରିଦେଇଥାଏ । ଯେଉଁଠାରେ ଅଣ୍ଡର-ଟ୍ରାଏଲ କଏଦୀମାନଙ୍କୁ ରଖାଯାଏ ରିୟାଙ୍କୁ ମଧ୍ୟ ସେହି ସ୍ଥାନରେ ରଖାଯାଇଥିଲା । ରିୟା କହିଛନ୍ତି ଯେ ସେ ଜେଲରେ ଅନେକ ମହିଳା କଏଦୀଙ୍କୁ ଭେଟିଥିଲେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହୋଇନଥିଲେ। ରିୟାଙ୍କ କହିବାନୁସାରେ, ସେ ଜେଲରେ ରହିବା ସମୟରେ ମହିଳାମାନଙ୍କ ସହିତ କଥାବାର୍ତ୍ତା କରୁଥିବାବେଳେ ବହୁତ କିଛି ଶିଖିବାକୁ ପାଇଥିଲେ , ଯେପରି ଏହି ମହିଳାମାନେ ଛୋଟ ଛୋଟ ଜିନିଷରେ ଖୁସି ଖୋଜିବା ଶିଖିଯାଇଥିଲେ ।ଏହି ମହିଳାମାନେ ରବିବାର ଦିନ ସିଙ୍ଗଡା ଖାଇବା ଖୁସିରେ ମଧ୍ୟ ନାଚିବାକୁ ଲାଗନ୍ତି । ରିୟା କହିଛନ୍ତି ଯେ ଏହି ମହିଳାମାନେ ଜାଣିଥିଲେ ସୁଖର ମୂହୁର୍ତ୍ତଗୁଡିକ କିପରି ପାଇବେ ଏବଂ ତାକୁ କିପରି ଧରି ରଖିବେ । ଅଭିନେତ୍ରୀଙ୍କ କହିବାନୁସାରେ, ସେ ଜେଲରେ ଦୁନିଆର ସବୁଠାରୁ ଖୁସି ରହୁଥିବା ଲୋକ ମାନଙ୍କୁ ଭେଟିଥିଲେ କିନ୍ତୁ ଅବଶ୍ୟ ଜେଲରେ ବିତାଇଥିବା ସମୟ ତାଙ୍କ ପାଇଁ ନର୍କ ଭଳି ଥିଲା ।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post