ଓଡ଼ିଆ ସିନେମା ବାଟରେ କଣ୍ଟା କିଏ?’
‘ଓଡ଼ିଶା ନିର୍ମାଣ କନକ୍ଲେଭ୍’ରେ ‘ଓଡ଼ିଆ ସିନେମା ବାଟରେ କଣ୍ଟା କିଏ?’ ଶୀର୍ଷକ ଆଲୋଚନାରେ ଭାଗନେଇ ପ୍ରଯୋଜକ ଅନୁପମ ପଟ୍ଟନାୟକ କହିଲେ, ‘ଓଡ଼ିଆ ସିନେମାର ଆଜି ଏଭଳି ଅବସ୍ଥା ପାଇଁ ପ୍ରେକ୍ଷାଳୟ, ଡିଷ୍ଟ୍ରିବ୍ୟୁସନ ବ୍ୟବସ୍ଥା, ମାକେର୍ଟିଂ ଭଳି ଅନେକ ଛୋଟମୋଟ କଣ୍ଟା ରହିଛି। ଓଲିଉଡ଼ ଏକ ଛୋଟିଆ ଇଣ୍ଡଷ୍ଟ୍ରି। ମୁଁ ଏଠାକୁ ଭଲ ସିନେମା କରିବାକୁ ଆସିଛି। ଫିଲ୍ମରୁ ଲାଭ ମିଳିବ ଏବଂ ରାଷ୍ଟ୍ରପତି ପୁରସ୍କାର ଦେବେ, ଏହି ଦୁଇଟି ଜିନିଷ ହୋଇପାରିଲେ ମୋ ପାଇଁ ଓଡ଼ିଆ ସିନେମା ହିଟ୍। ମୁଁ ନିର୍ମାଣ କରିଥିବା ପ୍ରତୀକ୍ଷା ଫିଲ୍ମ ଲାଭ ଦେଇଛି ଏବଂ ପୁରସ୍କାର ମଧ୍ୟ ପାଇଛି। ଯଦି ଇଣ୍ଡଷ୍ଟ୍ରିକୁ ଆଗକୁ ବଢାଇବାର ଅଛି ତାହା ହେଲେ ସମସ୍ତଙ୍କୁ ଏକାଠି ହୋଇ ମିଳିମିଶି କାମ କରିବାକୁ ପଡ଼ିବ। କାହା ମତ ଭିନ୍ନ ହୋଇପାରେ। କିନ୍ତୁ ଓଡ଼ିଆ ସିନେମା ବାହାରେ କିଭଳି ଲୋକପ୍ରିୟ ହେବ ତାହା ମନରେ ରଖିବାକୁ ପଡ଼ିବ। ମୁଁ କାମ କରି ଚାଲିବି, ବାକି ଯାହାକୁ ରାସ୍ତାରେ ବସିବାର ଅଛି କି ସରକାରଙ୍କୁ ଦୋଷ ଦେବାର ଅଛି ଦିଅନ୍ତୁ।’