ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଅନେକ ପରିବର୍ତ୍ତନ କରାଯାଇଛି। ଏଥିରେ ‘ସର୍ବଶ୍ରେଷ୍ଠ ନବାଗତ ଚଳଚ୍ଚିତ୍ର ପାଇଁ ରହିଥିବା ଇନ୍ଦିରା ଗାନ୍ଧୀ ପୁରସ୍କାର’ ଏବଂ ‘ଜାତୀୟ ସଂହତି ଉପରେ ସର୍ବଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ନର୍ଗିସ୍ ଦତ୍ତ ପୁରସ୍କାର’ରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ କିମ୍ବଦନ୍ତୀ ଅଭିନେତ୍ରୀଙ୍କ ନାଁ ହଟାଇ ଦିଆଯାଇଛି। ବିଭିନ୍ନ ବର୍ଗରେ ଦିଆଯାଉଥିବା ସମ୍ମାନକୁ ଯୁକ୍ତିସଙ୍ଗତ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଗଠିତ କମିଟିର ସୁପାରିସକ୍ରମେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୨ରେ ପରିବର୍ତ୍ତନ ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି। ‘ଶ୍ରେଷ୍ଠ ନବାଗତ ନିର୍ଦ୍ଦେଶକ ପାଇଁ ଇନ୍ଦିରା ଗାନ୍ଧୀ ପୁରସ୍କାର’ ନାଁ ବଦଳାଯାଇ ‘ଶ୍ରେଷ୍ଠ ନବାଗତ ନିର୍ଦ୍ଦେଶକ ପୁରସ୍କାର’ ରଖାଯାଇଛି। ପୂର୍ବରୁ ଏ ବାବଦରେ ମିଳୁଥିବା ପୁରସ୍କାର ରାଶିକୁ ନିର୍ଦ୍ଦେଶକ ଓ ନିର୍ମାତାଙ୍କ ମଧ୍ୟରେ ଭାଗ କରାଯାଉଥିବାବେଳେ ଏଣିକି କେବଳ ନିର୍ଦ୍ଦେଶକ ଉକ୍ତ ପୁରସ୍କାର ରାଶି ପାଇବେ। ସେହିପରି ‘ଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ନର୍ଗିସ୍ ଦତ୍ତ ପୁରସ୍କାର’ ନାଁ ବଦଳାଯାଇ ‘ଜାତୀୟ, ସାମାଜିକ ଓ ପରିବେଶୀୟ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରୁଥିବା ଶ୍ରେଷ୍ଠ ଫିଚର ଫିଲ୍ମ’ ରଖାଯାଇଛି। ଏହି ବର୍ଗରେ ସାମାଜିକ ଏବଂ ପରିବେଶ ସଂରକ୍ଷଣ ପାଇଁ ଥିବା ଅଲଗା ଅଲଗା ପୁରସ୍କାରକୁ ଗୋଟିଏ ପୁରସ୍କାର କରାଯାଇଛି। ସେହିପରି ଦାଦାସାହେବ ଫାଲ୍କେ ପୁରସ୍କାରରେ ଦିଆଯାଉଥିବା ନଗଦ ଅର୍ଥ ରାଶିକୁ ୧୦ ଲକ୍ଷରୁ ୧୫ ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି। ସ୍ବର୍ଣ୍ଣ କମଳ ପୁରସ୍କାର ରାଶିକୁ ୩ ଲକ୍ଷ ଏବଂ ରଜତ କମଳ ପୁରସ୍କାର ରାଶିକୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବର୍ଗରେ ପରିବର୍ତ୍ତନ ଲାଗି ଗଠିତ କମିଟି ଗତ ଡିସେମ୍ବରରେ ଚୂଡ଼ାନ୍ତ ସୁପାରିସ କରିଥିଲେ। ୨୦୨୨ ପାଇଁ ନ୍ୟାଶନାଲ ଆଓ୍ବାର୍ଡ ପାଇଁ ଏଣ୍ଟ୍ରି ଜାନୁଆରୀ ୩୦ରେ ଶେଷ ହୋଇଛି। ମହାମାରୀ ଯୋଗୁ ପୁରସ୍କାର ପ୍ରଦାନ ବିଳମ୍ବ ହେବା ସହ ୨୦୨୧ର ପୁରସ୍କାର ୨୦୨୩ରେ ପ୍ରଦାନ କରାଯାଇଥିଲା।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Next Post