ଆହତ ହେଲେ ବରୁଣ 

ବଲିଉଡ ଅଭିନେତା ବରୁଣ ଧଓ୍ଵନ ବର୍ତ୍ତମାନ ତାଙ୍କ ଅପ୍‌କମିଂ ଫିଲ୍ମ ‘VD18’ ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଏବେ ଅଭିନେତାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, କହୁହାଯାଉଛି ଯେ ସୁଟିଂ ସମୟରେ ବରୁଣଙ୍କୁ ଆଘାତ ଲାଗିଛି । ଯାହାର ସୂଚନା ବରୁଣ ନିଜେ ଫ୍ୟାନ୍ସଙ୍କୁ ଏକ ଫଟୋ ସେୟାର କରି ଜଣାଇଛନ୍ତି । ତେବେ ଏହି ଅଭିନେତା ତାଙ୍କ ଅଭିନୟ ଯୋଗୁ ସବୁ ବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି ।ବରୁଣ ତାଙ୍କ ଫିଲ୍ମ ସୁଟିଂରେ ଏତେ ବ୍ୟସ୍ତ ରହିବା ପରେ ମଧ୍ୟ ସେ ସବୁ ବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ନିକଟରେ ଅଭିନେତା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏଭଳି ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ଚିନ୍ତିତ ହୋଇଯାଇଛନ୍ତି । ବାସ୍ତବରେ ଅଭିନେତା ଇନଷ୍ଟାଗ୍ରାମ ଷ୍ଟୋରିରେ ଫୁଲିଯାଇଥିବା ପାଦ ସହିତ ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ବରୁଣ ଏକ ଚେୟାରରେ ପାଦ ରଖିଥିବାର ନଜର ଆସିଛନ୍ତି ।